STORYMIRROR

Dhaneswar Dash

Romance

2  

Dhaneswar Dash

Romance

ଘର ଘରର କଥା

ଘର ଘରର କଥା

1 min
103


ବିଭା ହେଲାପରେ ନୂଆ ନୂଆ ବେଳେ 

ଆତ୍ମିୟତା ରହିଥାଏ 

ପିଲା ହେଲାପରେ ସେ ଭଲ ପାଇବା

ଅଧା ଅଧା ହୋଇଯାଏ।


ବୟସର ମାତ୍ରା ବଢି ବଢି ଗଲେ

ପିଲାଙ୍କ ଆଦର ବେଶି

ସ୍ବାମୀ ସଙ୍ଗେ ଭାବ ଆଉ ଅନୁରାଗ 

ତଳକୁ ତଳକୁ ଖସି ।


ପଚାଶ ଟପିଲେ ମୁହଁ ମୋଡାମୋଡି

କେ କାହାକୁ ନ ପଚାରେ 

ହୁକୁମତି ବଢି ଚାଲିଥାଏ ସିନା

କେ' କାହା ସହି ନପାରେ। 


ପିଲାଙ୍କୁ ଶୁଆଇ ଖୁଆଇ ପିଆଇ 

ମମତାରେ ମଧୁ ଝରେ

କାମର ବରାଦ କରିବାକୁ କେବେ

ଅନ୍ତରଆତ୍ମା ନକରେ ।


ସେଇ କାମ ହୁଏ ବରାଦ ସ୍ବାମୀକୁ

ଏ'ଟା କର ସେ'ଟା କର

ପିଲାଙ୍କୁ କହୁନା କହିଲେ ରାଗରେ

ମୁହଁ ହୁଏ ଗରଗର।


ମୋବାଇଲ ଯଦି ହାତରେ ଦେଖଇ 

ସହି ନ ପାରଇ ଆଉ

ପିଲା ପଛେ ଦିନ ରାତି ମୋବାଇଲ 

ଟୁକୁ ଟୁକୁ କରୁଥାଉ। 


ତୁରନ୍ତ କାମର ବରାଦ ଦିଅଇ 

ଅପାରଗ ପଛେ ଥାଅ

ତୁମ ଦେହ ମୁଣ୍ଡ କଥା କେ' ପଚାରେ

(କହେ) ଭଲ ଅଛି ତୁମ ଦେହ ।


ଏ ଦୁଃଖ ଯନ୍ତ୍ରଣା କରିଲେ ବର୍ଣ୍ଣନା 

ରାଗେ ତମତମ ହୁଏ

ଗୋଡ ପିଠି ପଛେ ବିନ୍ଧି ଫାଟିଯାଉ 

ଆଉ ହାତ ସେ ନ ଦିଏ ।


ଅନ୍ତରରେ ଖାଲି ଭଲ ପାଇବାଟା 

କେତେଦୂର ଶୋଭନୀୟ 

ଆଚରଣେ ଯଦି ତାହା ଦିଶେନାହିଁ

ହୁଏନା କି ଭୟାବହ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance