ଘର ଚଟିଆ
ଘର ଚଟିଆ
ଘର ଚଟିଆର ଘରକୁ ଦେଖିଲେ
ଲାଗେ କେତେ ମନୋହର ।
ତା କୁନି ଘରକୁ ଭାଙ୍ଗିବାନି କେବେ
ଭାଙ୍ଗିଲେ ହୋଇବ ଜର ।।
କେତେବେଳେ ଅଣ୍ଡା କେତେବେଳେ ଛୁଆ
ଘର ଚଟିଆ ସଂସାର ।
ସକାଳୁ ସକାଳୁ ବସାରୁ ବାହାରେ
ଆଣିବା ପାଇଁ ଆହାର ।।
ଘର ଚଟିଆର କିଚିରି ମିଚିରି
ଶବଦ କେଡ଼େ ମଧୁର ।
ଏକୁଟିଆ ଯଦି ଥିବ ଘରେ କେବେ
ଲାଗେ ନାହିଁ ଟିକେ ଡର ।।ଗାଆଁରେ ସହରେ ସାହି ପଡ଼ିଶାରେ
ଥିବ ଯଦି ଚାଳ ଘର ।
ଘର ଚଟିଆର ବସାକୁ ଯା ଆସ
ଲାଗେ ବହୁତ ସୁନ୍ଦର ।।
ଆଜିକା ଯୁଗରେ ସବୁଆଡ଼େ ଖାଲି
ମାଳ ମାଳ ପକ୍କା ଘର ।
ସେଥିପାଇଁ ପରା ମିଳୁନାହିଁ ଦେଖା
ବସା ଘର ଚଟିଆର ।।
ସୁନ୍ଦର ଜୀବଟି ମନଲୋଭା ଭାରି
କର ସଭିଏଁ ଆଦର ।
ନ ହେଲେ ନିଶ୍ଚିତ ପାଇଯିବେ ଲୋପ
ଅଜଣା ହେବ ସଂସାର ।।