STORYMIRROR

ବି. ନିରୁପମା

Action Inspirational

4.9  

ବି. ନିରୁପମା

Action Inspirational

ଘୋଷୁଛି ଆଜି ବି ଧରା

ଘୋଷୁଛି ଆଜି ବି ଧରା

1 min
2.1K


ତୁମଠାରୁ ବଳି ବୁଦ୍ଧିଆ ଠାକୁର

ଏ ସଂସାରେ ଅଛି କିଏ ,

କ୍ଷଣିକ ଭିତରେ ଚଉଦ ବ୍ରହ୍ମାଣ୍ଡ

ବୁଲି ଆସିଥିଲା ଯିଏ ।


ଉଦରଟା ତୁମ ଜ୍ଞାନର ଭଣ୍ଡାର

ମଗଜରେ ବୁଦ୍ଧି ଭରା ,

ଉପଯୋଗ କଲ କେଡ଼େ କଉଶଳେ

ଘୋଷୁଛି ଆଜି ବି ଧରା ।


ପିତା,ମାତା ସାରା ଜଗତଠୁଁ ବଡ଼

ସବୁରି ନମସ୍ୟ ଅତି ,

ବୁଝେଇଲ ପରା ଜଗତବାସୀଙ୍କୁ

ଘୁରି ତାଙ୍କ ଚଉକତି ।


ଆପଣା ଜ୍ଞାନ ଓ ଗୁଣ ଭଣ୍ଡାରକୁ

ଖୋଲି ଦେଲ ବିଶ୍ୱ ହିତେ ,

ସାଧନା କରିକି,ସାଉଁଟି-ସାଜିଲେ

ଜ୍ଞାନୀ,ଗୁଣୀ ଜନ କେତେ ।


ବିଘ୍ନହର୍ତ୍ତା ବୋଲି ତୁମ ଆବାହନ

କରିଲେ ଯେ ତିନି ଲୋକ,

ପ୍ରସନ୍ନ ହୋଇକି ଅବିଳମ୍ବେ ଦେବ

ନାଶୁଅଛ ତାଙ୍କ ଶୋକ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action