ଘନ କାଳିଆକୁ ମନ
ଘନ କାଳିଆକୁ ମନ
ଆହା ମୋ କାଳିଆ ଧନ
ଯେତେ ଲୀଳା ତୋର ଭକତଙ୍କ ପାଇଁ
ଅଧମ ମଣିଷ ବୁଝିପାରେ ନାହିଁ
ମାୟାରେ ହୁଏ ଆଛନ୍ନ ।
ଡାକନ୍ତି ଭକତ ଜନ
ଦେଖୁ ଭକତଙ୍କୁ ଚକା ଆଖି ମେଲି
କା ଦୁଃଖ କିପରି ହରି ନେବୁ ବୋଲି
ବୁଝୁ ତୁ ଭକତ ମନ ।
ଦୁଇ ଆଖି ଚକା ଜହ୍ନ
ଟାହିଆ ହଲେଇ ଆସୁ ବଡ଼ ଦାଣ୍ଡେ
ରଥରେ କରୁ ତୁ ପହଣ୍ଡିରେ ବିଜେ
ଧନ୍ୟ ତୁ କୃପା ନିଧାନ ।
ସରି ସରି ଆସେ ଦିନ
ସଂସାର ଜଞ୍ଜାଳ ବିଷମ ଗୋସାଇଁ
ଭବ ସାଗରରୁ ପାରି ହେବା ପାଇଁ
ଘନ କାଳିଆକୁ ମନ ।