Panchanan Jena

Fantasy

4  

Panchanan Jena

Fantasy

ଗହନ ବନ୍ଧନ

ଗହନ ବନ୍ଧନ

1 min
4



ଲୋକେ କହନ୍ତି

ବନ୍ଧନ ହିଁ ଜୀବନର ଇନ୍ଧନ

ଛନ୍ଦ ବନ୍ଧନ ହିଁ ସତ୍ୟ ସନ୍ଧାନ


ହେଇ ପାରେ ସାତଫେରା ବିବାହ ବନ୍ଧନ

ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ଯାଏ 

ବେଦମନ୍ତ୍ରକୁ ମାନି ଜନ୍ମ ଜନ୍ମାନ୍ତର ଯାଏ

ଗୁରୁଜନଙ୍କ ଆଶିର୍ବାଦକୁ ପାଇ ଯୁଗରୁ ଯୁଗାନ୍ତର ଯାଏ

ଅତୁଟ ଅତୁଲ୍ୟ ସ୍ନେହ ପ୍ରେମ ଦାମ୍ପତ୍ୟ ବନ୍ଧନ


ଲୋକେ ପୁଣି କହନ୍ତି

ଆଉ ଗୋଟେ ବନ୍ଧନ ଅଛି ଗୋପନ

କାଳେ ଅକାଳରେ ମୁଣ୍ଡଟେକେ ସପନ

ନାଁ ତାର ମନରେ ମନର ବନ୍ଧନ

ବାନ୍ଧିବାର ଇଚ୍ଛା ବି ନାହିଁ

ଫିଟେଇବାର ସଦିଚ୍ଛା ବି ନାହିଁ

ମୁକୁଳେଇବାର କିଞ୍ଚିତ ଇଚ୍ଛା ବି ନାହିଁ

ଦିଶେ ନାହିଁ ଚର୍ମନେତ୍ରେ କାହାକୁ

ମନ ଚେତନାରେ ମନ ଗହନରେ

ମନ ମର୍ମରେ ମନ ଚୈତନରେ

ଅହରହ ଜଳୁଥାଏ ମିଞ୍ଜିମିଞ୍ଜି ମନ ଇନ୍ଧନ ।


ପୁଣି ଦଳେ କୁହନ୍ତି

ଶେଷ ସୋପାନ ହିଁ ସର୍ବଶ୍ରେଷ୍ଠ ବନ୍ଧନ

ଆତ୍ମା ସହିତ ପରମାତ୍ମାର ମହାମିଳନ

ବ୍ରହ୍ମ ସହିତ ପରଂବ୍ରହ୍ମର ପୁନଃର୍ମିଳନ

ମୋହମାୟା ସଂସାରରୁ ଶେଷ ବିଦାୟ ବଚନ

ପୁନଃର୍ଜନ୍ମଚକ୍ରରୁ ମୁକ୍ତି ନିର୍ବାଣ ପ୍ରାପ୍ତି ସୋପାନ


Rate this content
Log in

Similar oriya poem from Fantasy