STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଏ ଜୀବନ - ମୋ ଜୀବନ

ଏ ଜୀବନ - ମୋ ଜୀବନ

1 min
8


ଏ ଜୀବନ -- ମୋ ଜୀବନ---

କୋଟୀ କୋଟୀ ନମନ ବନ୍ଦନ

କଥା ରଖିବୁ ମୋର ପ୍ରାଣସ୍ପନ୍ଦନ

ଏ ଜୀବନ--- ----- ମୋ ଜୀବନ ---


ମୋତେ ଭିଡ଼ି ଧରିବୁ କୁଣ୍ଡେଇ ନେବୁ

ମୋତେ ତୋ ସହିତ ମିଶେଇ ଦେବୁ

କାରଣ ତୁ ଦେଇଥିବା ସବୁ ଦୁର୍ଦ୍ଦଶା ଦୁଃଖ

କାରଣ ତୁ ପଠେଇ ଥିବା ସବୁ ସନ୍ତାପ ଶୋକ 

ମଥାପାତି ସହି ନେଇଛି ମନକୁ ମନ

ଏ ଜୀବନ --- ---- ମୋ ଜୀବନ --- 



ବହୁତ ବାହାନା କରିଛି ସମସ୍ତଙ୍କୁ ଲୁଚେଇ

ବହୁତ ଚକ୍ରାନ୍ତ ଚକ୍ରବ୍ୟୁହ ରଚିଛି ଜିତିବା ପାଇଁ

ବହୁତ ଫନ୍ଦି ଫିକର ମାରପିଟ୍ ବି କରିଛି

ବହୁତ ବୁଦ୍ଧି ଖଟେଇଛି ଅନେକଙ୍କୁ ହରେଇ

ଶେଷରେ ହାରିଛି ସବୁ ବହପ ହଡପ ଶୂନ 

ଏ ଜୀବନ --- ---- ମୋ ଜୀବନ ---- 


ଛୋଟ ଛୋଟ ଆଶା ଅନେକ ମୁଣ୍ଡେଇ

 ଖଣ୍ଡିଉଡ଼ା ଦେଉଥିଲି ପକ୍ଷ ଲଗେଇ

ଅନନ୍ତ ଆକାଶ କୋଳେ ଗୀତ ଗାଇ ଗାଇ

ଆସିଲା ଖଣ୍ଡିଆଭୂତ ଅଧ ଉର୍ଦ୍ଧ୍ଵ ଉଠେଇ

ମୋ ବାଇଚଢ଼େଇର ବସା ନେଲା ଉଡେଇ

ଆଶା ଆଶାରେ ହିଁ ରହିଗଲା ଲୁହ ଝରେଇ

ମନକୁ ବୁଝେଇ ଦେଉଛି କହି କପାଳ ଲିଖନ

ଏ ଜୀବନ ----- ----- ମୋ ଜୀବନ --- --


ଜୀବନ ପରା ଖରା ଛାଇ ଖେଳ ସିଖିଛି

କେବେ ରାମାୟଣ ପରି ଆଦର୍ଶ ବାନ୍ଧିଛି

କେବେ ମହାଭାରତ ପରି ଧର୍ମଯୁଦ୍ଧ କରିଛି

କେବେ ତ୍ୟାଗ ତପସ୍ୟାରେ ସମାଧାନ ସମସ୍ୟା ସାରିଛି

କେବେ ଦାନ ବଳିଦାନରେ ଅନ୍ୟକୁ ଆପଣାର ମଣିଛି

କ୍ଷଣଭଙ୍ଗୁର ଦୁନିଆରେ ଆଳସ୍ୟ ଅପସରି କର୍ମବୀର ସାଜିଛି

ଭାବି ନେଇଛି ସମସ୍ୟା ବହୁଳ ସମୟ ଅଞ୍ଜନ 

ଏ ଜୀବନ ---- ମୋ ଜୀବନ -- ---


କୋଟୀ କୋଟୀ ନମନ ବନ୍ଦନ

କଥା ରଖିବୁ ମୋ ପ୍ରାଣ ସ୍ପନ୍ଦନ

ଏ ଜୀବନ --- ମୋ ଜୀବନ ।


Rate this content
Log in

Similar oriya poem from Tragedy