Panchanan Jena

Fantasy

4  

Panchanan Jena

Fantasy

ହେଇ ଦେଖୁନ !

ହେଇ ଦେଖୁନ !

1 min
4



ତୁମେ ଶବ୍ଦରେ ମାୟାଧର

ତୁମେ କଥାରେ ଯାଦୁଗର

ହେଇ ଦେଖୁନ

ମୋ ଅଜାଣତରେ 

ମୋ ଅଜ୍ଞାତସାରରେ 

ମୁଁ ସାଜି ସାରିଲିଣି ଜଣେ ବିମୁଗ୍ଧା ସ୍ଵର ।


ତୁମ ଚାହାଁଣୀରେ ଶୀତଳ ଜହର

ତୁମ ଅଙ୍ଗ ଭଙ୍ଗୀରେ ମିଠା ଗୁମର

ହେଇ ଦେଖୁନ

ମୋ ଆୟତ୍ତ ବାହାରେ

ମୋ କ୍ଷମତା ତନ୍ତ୍ରୀରେ

ମୁଁ ହଜିବା ପାଇଁ ଉତ୍କାରୁଛି ପ୍ରେମ ସିତ୍କାର ।


ତୁମ ଉତ୍ତୁଙ୍ଗ ଚାରିତ୍ରିକ ମହକ

ତୁମ ଶାନ୍ତ କାନ୍ତ ନିରୀହ ସଉକ

ହେଇ ଦେଖୁନ

ମୋ ଚିନ୍ତା ଚୈତନରେ

ମୋ ମନ ମନ୍ଦିରରେ

ମୁଁ ନିତି ଜପୁଅଛି ତୁମ ନାମ କୁହୁକ ।


ତୁମ ବରଫ ପରି ଶ୍ଵେତାଙ୍ଗ ବ୍ୟକ୍ତିତ୍ଵ

ତୁମ ଆକାଶ ପରି ଦିବ୍ୟାଙ୍ଗ ମହତ୍ଵ

ହେଇ ଦେଖୁନ

ମୋ ବିନା ଦସ୍ତଖତରେ

ମୋ ବିନା ସମ୍ମତିରେ

ମୁଁ ଖୋଲି ଦେଇଛି ତୁମେ ଆଗେ ସତୀତ୍ଵ ।


Rate this content
Log in

Similar oriya poem from Fantasy