STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅଜଣା ଯଷ୍ଟି

ଅଜଣା ଯଷ୍ଟି

1 min
5


 ଆଶା ଆକାଂକ୍ଷାର 

ସମାଧି ଦେଇ

ବ୍ରହ୍ମପ୍ରାପ୍ତିରେ ଅଛି କି ଲାଭ

ମନ -ଆତ୍ମାକୁ 

କଣ୍ଠରୋଧ କରି

ସୁଖ ସୁବିଧାରେ ମିଳେ କି ଭାବ


ତ୍ୟାଗହୀନ ସେବା 

 ପ୍ରେମହୀନ ଭକ୍ତି

ଶ୍ରଦ୍ଧାହୀନ ଦାନ 

ଦିଶୁଥାଏ ଜଳଜଳ

ନମ୍ରହୀନ ଜ୍ଞାନ  

ଶ୍ରମହୀନ ଧନଦୌଲତ

ବିଦ୍ୟାହୀନ ଶିକ୍ଷା 

ମିଶୁଥାଏ ଢ଼ଳଢ଼ଳ


ସବୁ ଲାଗେ 

ମତି-ଗତିହୀନ 

ବ୍ୟର୍ଥ ଉପାଦାନ

ପରିତ୍ୟକ୍ତ ଆବଦ୍ଧ 

ଅପରିସ୍କାର କୂପ ସମାନ

ଆଚରଣ -ଉଚ୍ଚାରଣ

 ତାଳମେଳ ଭିନ୍ନ ହୀନ

ଦୁର୍ଗନ୍ଧ ପୂତିଗନ୍ଧମୟ 

ଜଳପରି ଘୃଣ୍ୟମାନ 


ଉଚ୍ଚ ଡିଗ୍ରୀଧାରୀ

 ଉଚ୍ଚାସୀନ ପଦଧିକାରୀ

ଭାରି କୃତଘ୍ନ 

ଦାନ ଦକ୍ଷିଣା ଦେବାରେ

ମନ ମସ୍ତିକକୁ 

ବେଳେ ବେଳେ ହରେଇଲେ

ହୃଦୟ -ଆତ୍ମାରେ

 ବିଜୟ କଲ୍ଲୋଳ କରେ


ଆକାଶେ ଓଡିବା ଶିଖିଲେ

 ପହଁରିବା ପାଣିରେ

ମଣିଷ ଜନ୍ମରେ କିନ୍ତୁ 

ମାନବିକତା ଭୂଲିଲେ

ଭବିଷ୍ୟତ ଚିନ୍ତା 

କରିପାରୁଥିବା ଆମେ ସବୁ

ହାତ ବଢ଼େଇବାରେ 

କାହିଁକି ପଛକୁ ଘୁଞ୍ଚିଲେ


ଭାବିଲେ ଚିନ୍ତିଲେ 

ଲାଗେ ହାହାକାର ବେଶି

ମାନବ ଜାତିରେ

 ଆମେ ନ୍ୟୁନତମ ସୃଷ୍ଟି

ମଙ୍ଗଳ ଗ୍ରହରେ

 ଜୀବନ ଖୋଜି ବୁଲିଲେ

କି ହେବ ?

ନିଜ ସମାଜେ ତ ଅଜଣା ଯଷ୍ଟି ।


Rate this content
Log in

Similar oriya poem from Tragedy