STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଘେନ ଭକ୍ତି ପୁଷ୍ପାଞ୍ଜଳି

ଘେନ ଭକ୍ତି ପୁଷ୍ପାଞ୍ଜଳି

1 min
201

ଶରତ ଋତୁର ଶାନ୍ତ, ସ୍ନିଗ୍ଧ ୟେ କୋମଳ ସକାଳ

ଶୁଭ୍ର ମେଘମାଳା ଶୁଭ୍ର କସତଣ୍ଡି ଫୁଲ

ଶିକର ମାଳା ଶୋଭିତ ନବ ଦୁର୍ବାଦଳ

ଅପରୂପ ଶୋଭାରେ ଉତ୍ଫୁଲିତ ମୋର ୟେ ଉତ୍କଳ ।।


ପ୍ରକୃତି ସୌନ୍ଦର୍ଯ୍ୟ ଶୋଭା ଦିଶେ ଅବା ବଇକୁଣ୍ଠ ପୁରୀ

ସ୍ନିଗ୍ଧ ଶୀତଳିତ ରଶ୍ମୀ ଢାଳେ କରମାଳି

ଆକାଶ ପାତାଳ ଧାତ୍ରୀ ସୁରୁଚିର କରି

କାପାଇଁ ଜୀବନ ଲାଗେ ଏମିତି ଅମୃତ ପରି ।।


କାକକୃଷ୍ଣ ସୁନିର୍ମଳ ଜଳ କୁଳୁ କୁଳୁ ହୋଇ

ଝରଣା ଝରେ ପାହାଡ଼ ଉପଳ ବିଦାରି

କାପାଇଁ ଏତେ ସୁନ୍ଦର ଧରଣୀ ଏପରି

ସବୁଜ ବର୍ଣ୍ଣା ସୁନ୍ଦର ଶୋଭା ଦେଇଛି ବିସ୍ତାରି ।।


ବିଗତ ଦିନର କେତେ ଦୁଃଖଦ ମରଣ ମୁହୂର୍ତ୍ତ

ଆପେ ଆପେ ଅପସରି ଯାଉଛି ତ୍ଵରିତ

ସ୍ୱର୍ଗୀୟ ଅନନ୍ତ ପ୍ରେମ ହୁଏ ଅନୁଭୁତ

କିଏ ଆସେ କାହାପାଇଁ କିଆଁ ବିଶ୍ଵ ବିମୋହିତ ।।


ଘୃତଦଗ୍ଧ ଧୂମ୍ର ଶିଖା ଝୁଣା ଗୁଗୁଳ ର ଧୂଆଁ

ବେଦମନ୍ତ୍ର ଉଚ୍ଚାରିତ ଆମୋଦିତେ ଆହା

ଆବୋରି ନେଉଛି ମନ ହୃଦୟ କୁ କିଆଁ

କାହାପାଇଁ ଏତେ ପ୍ରୟୋଜିତ କି ଆସୁଛନ୍ତି ମା ।।


ପାର୍ବଣ ଋତୁ ଏହିତ ଅବତରି ମହାଦେବୀ

ଆସି ପବିତ୍ର କରିବେ ପରା ଏହି ଉର୍ଵୀ

ସେଥିପାଇଁ ଝରେ ମୃଦୁ ଅନିଳେ ସୁରଭି

ଆସ ଦେବୀ ଭବାନୀ ଘେନ ମୋ ଭକ୍ତି ପୁଷ୍ପାଞ୍ଜଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics