STORYMIRROR

Lunar Das

Tragedy Others

4  

Lunar Das

Tragedy Others

ଘଡ଼ିଏ ରାତ୍ରୀ

ଘଡ଼ିଏ ରାତ୍ରୀ

1 min
12


ଶୂନ୍ୟତାକୁ ହୃଦୟର କଥା କହୁ କହୁ

ଦିନେ ମୁଁ ଶୋଇପଡିଥିଲି ଆକାଶତଳେ

ମରମ ବ୍ୟଥାରେ ଜଞ୍ଜାଳ ରଚିଲି

ପାଣିଗାର ଟଣା ଭାଗ୍ୟରେ ।

ଦିନେ ଆକାଶ କୁହୁରୀ କୁହୁରୀ

ଖୁବ୍ କାନ୍ଦିଥିଲା ମୋ ପାଇଁ

ତା'ଲୁହରେ ମାଟିଭିଜିଯାଇଥିଲା,,

ମୁଁ ଭିଜିଯାଇଥିଲି

ତାକୁ ଭଲପାଉଥିବା କିଛି ସ୍ୱଦେହୀ ଆତ୍ମା ବି

ଖୁବ୍ ଭିଜି ଯାଇଥିଲେ ସେଦିନ

ଯେଉଁମାନଙ୍କ ପାଇଁ ସେ ସମର୍ପିତ ଥିଲା ।

ଶରତ ପୂର୍ଣ୍ଣିମାର ଆଗମନଥିଲା

ଏନ୍ତୁଡ଼ିଶାଳରୁ ଦେବୀ କାନ୍ଦିବାର ଶବ୍ଦ ଶୁଣିଥିଲି

ଶରତଋତୁର ହାୱାରେ ବାସ୍ନାଟିଏ ଭାସୁଥିଲା

ଜୀବନର ସମ୍ପୂର୍ଣ୍ଣ ବଳିଦାନ ପରେ କିଏ

କୈବଲ୍ୟର ରାସ୍ତାଟିଏ ଖୋଜୁଥିଲା ।

ଦିନେ ମୁଁ ଆନମନା ଥିଲି

ଭାରାକ୍ରାନ୍ତ ଗୋଧୂଳି ଲଗନେ

ଶରତର ନୀଳ ଆସ୍ତରଣ

ମୋତେ ଦିନେ ଆଲୋଡ଼ିତ କଲା

ସେଦିନ ସୁପ୍ତବସ୍ଥାରେ ବିହଙ୍ଗଟିଏ ହୋଇ

ଆକାଶରେ ଘେରାଏ ବୁଲି ଆସିଲି

ହୃଦୟର କିଛି ଉନ୍ମେଷ ସ୍ଥିର ହୋଇଗଲା।

ପ୍ରାଞ୍ଜଳତାର କବରୀରେ

ଶୀତଳ ପରଶଟିଏ ଯେବେ ମୋତେ ଛୁଇଁଲା

ଅଧା ଖୋଲା ଆଖିରେ

ଥରେ କୃଷ୍ଣକାୟାକୁ ଦେଖିଥିଲି

କୋଳାଗ୍ରତ କରିଥିଲା ମହାନନ୍ଦରେ

କେଉଁ ଅଭାବୀ ଜୀବନର

ପୂର୍ଣ୍ଣ ତୃପ୍ତିର ସୂଚନାଟେ ମୋତେ ଦେଇଥିଲା ।

ଶାନ୍ତିର ପାରାବାରେ

ଚେଇଁ ଶୋଇଥିବା ସ୍ବପ୍ନଟା

ରାସ୍ତାଛାଡିବାକୁ ରାଜି ହୁଏନା

ସାଲୁରୁ ବାଲୁରୁ ହୋଇ

ସାରାଦିନ ଗୋଡ଼ାଏ ମୋ ପଛରେ

ସମୟକୁ ଯେବେ ଆଖିଟିଏ ଦେଖେ

ଘଣ୍ଟାକଣ୍ଟା ମିନିଟ୍ କଣ୍ଟାର

ଶବ୍ଦବିତ ସରେନା ।

ମୋ ଝରକାର ଆରପଟେ ଶୁଭେ

କିଚିରି ମିଚିରି ଶବ୍ଦ

ଫର୍ଚ୍ଚାରେ ଝରିପଡ଼େ ଶେଷ ଶେଫାଳି

ମୁଁ ତଳୁ ଗୋଟେଇଆଣି

କାଚ ପାତ୍ରରେ ବିଞ୍ଚିଦିଏ ସବୁକୁ

ମନଟା ବି ବାସ୍ନା ବାସ୍ନା ଲାଗେ।

ଏମିତି କାହାପାଇଁ ଝରିପଡିବାରେ

ଅନୁରାଗ ଟିଏ ବିତ ଥାଏ

ହୃଦୟର ସ୍ପନ୍ଦନ ବେଳେ ବେଳେ

ଅନ୍ୟକଥା କହେ,

ଯେଉଁ ପର କେବେ

ଆପଣାର ଭାବନେଇ ଆସିଥାଏ

ଘଡ଼ିଏ ମୁହୂର୍ତ୍ତର ଆଘାତ ପ୍ରହରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy