STORYMIRROR

Lata Behera

Abstract

4  

Lata Behera

Abstract

ଘାଣ୍ଟ

ଘାଣ୍ଟ

1 min
388


ଆଶ୍ବିନ ମାସର କୃଷ୍ଣ ଦ୍ବିତୀୟାରେ

ଦୂତୀ ବାହନ ପଡି ଥାଏ

ଦ୍ବିତୀୟା ଓଷା ତ କହନ୍ତି କେତେକ

ଶଙ୍ଖ ଚିଲ ପୂଜା ହୁଏ ।


କିଏବା ଏହାକୁ ପୁଅ ଜିଉନ୍ତିଆ 

ଓଷା ପୁଣି କହୁ ଥାଏ

ନିଷ୍ଠାର ସହିତ ଏଇ ପୂଜା ଆମ

ଓଡିଆଣୀ କରୁଥାଏ ।


ଦିନ ସାରା ସିଏ ଓପାସ ରହିଣ

ଚନ୍ଦ୍ରମାକୁ ଦେଖୁଥାଏ

ଜହ୍ନ ଆସିଗଲେ ଭକ୍ତି ଆଗ୍ରହରେ 

ଓଷା କରି ଥାଏ ସିଏ ।


ଓଷା ସରିଗଲେ ସକାଳୁ ପୋଖରୀ 

ଗାଧୋଇ ଯାଆନ୍ତି ସିଏ

ପୋଖରୀ ହୁଡାରେ ଶଙ୍ଖ ଚିଲ ପୂଜେ

ଓଷା ସମାପନା ହୁଏ ।


ଘରକୁ ଆସି ସେ ପରିବା କାଟନ୍ତି

ତରକାରୀ କରିଥାଏ

ଏ ତରକାରୀକୁ ଓଡିଆରେ ଘାଣ୍ଟ 

ତରକାରୀ କୁହାଯାଏ ।


ଆଳୁ ,ବାଇଗଣ, ସାରୁ, କନ୍ଦମୂଳ 

କଖାରୁ, କଦଳୀ, ମକା

ଖମ୍ବଆଳୁ, ଛୁଇଁ , କାଙ୍କଡ ,ପୋଟଳ

ଖଡା ହୋଇଥାଏ ପକା ।


ଅମୃତଭଣ୍ଡା, ବୁଟ ,ନଡିଆ, ଗାଜର

ମଟର ବି ପକାଯାଏ

ସବୁ ପରିବାକୁ ଏକାଠି ପକେଇ

ଘାଣ୍ଟ ତରକାରୀ ହୁଏ ।


ଏଇ ତରକାରୀ କେତେ ସ୍ବାଦ ଯିଏ

ଖାଇଥାଏ ଜାଣିଥାଏ

ସାଇ ପଡିଶାରେ ଏଇ ତରକାରୀ 

ଘରେ ଘରେ ବଣ୍ଟା ଯାଏ ।


କେତେ ଯେ ଏକତା ସେନେହ ମମତା 

ସେଥିରୁ ଯେ ଝରୁଥାଏ

ଏକାଠି ମିଶି ସେ ଖାଇବାର ମଜା

ଅତି ତ ନିଆରା ଥାଏ ।


କେତେ ଆତ୍ମିୟତା ନିଜର ପଣିଆ

ସତେ ଲାଗୁ ଥାଏ ସିଏ

ଏମିତି ଏ ଘାଣ୍ଟ କରେ ଆପଣାର

ଭୁଲି ବା ପାରିବ କିଏ ?


ଆମ ଏ ସଂସ୍କୃତି ଆମ ପରମ୍ପରା 

ବଡ ତ ନିଆରା ହୁଏ

ଏଇ ଘାଣ୍ଟ ତରକାରୀ ଆମ ମନେ

ସମ୍ପର୍କଟି ଗଢି ଦିଏ ।


Rate this content
Log in

Similar oriya poem from Abstract