STORYMIRROR

Kalpana Satpathy

Abstract Action Classics

4  

Kalpana Satpathy

Abstract Action Classics

ଘାଇ ର ମୁଣ୍ଡରେ

ଘାଇ ର ମୁଣ୍ଡରେ

1 min
7

ମହାପ୍ରଳୟର ସଙ୍କେତ ଆଜି

ଛାଇ ଦେଇଛି ସାରା ବିଶ୍ଵକୁ 

ଆଖି ପାଉ ନଥିବା ମହାସାଗର ଆଜି

ନିସ୍ତବ୍ଧ ନୀରବ ହୋଇ ଦେଖୁଛି

ଭୟଙ୍କର ଝଡର କୋପ

ଘାଇ ର ମୁଣ୍ଡରେ ବନ୍ଧା ପଡ଼ିଛି

ମଣିଷ ଜୀବନ, ହିଂସା ଦ୍ୱେଷ

ର ମନୋଭାବ ରେ ହିଁ ମଣିଷ ଆଜି

ହାରିବାକୁ ଯାଉଛି ନିୟତି ପାଖରେ।

ମୁଁ ବଡ ର ମନୋଭାବ ଆଜି

ପାଚେରୀ ହୋଇ ଛିଡା ହୋଇଛି

ଘାଇର ମୁଣ୍ଡରେ ଯେମିତି ବଜ୍ର ସମାନ

ହୋଇ ସଭିଙ୍କ ଆଢ଼ୁଆଳରେ ଥିବା

ସ୍ବାର୍ଥନ୍ୱଏଷୀ ଚିନ୍ତାଧାରାରେ,

ଦିନକୁ ଦିନ ବିଗିଡି ଯାଉଛି

ବିଶ୍ଵର ମାନଚିତ୍ର, ଘାଇ ର ମୁଣ୍ଡରେ

ଛିଣ୍ଡା ହୋଇ ମଣିଷ ଟିଏ ବଞ୍ଚିବାକୁ

ପ୍ରୟାସ ଜାରି ରଖିଛି

ଜୀବନର କଷୋଟି ପଥରେ

ପ୍ରତି ମୁହୂର୍ତ୍ତରେ ଶୂନ୍ ସାନ୍ ଗତିପଥରେ

ଖରା ଛାଇ ଖେଳ ଭିତରେ।


Rate this content
Log in

Similar oriya poem from Abstract