STORYMIRROR

Lata Behera

Abstract

4  

Lata Behera

Abstract

ଗଡି ଗଲା ଲୁହ ଦୁଇ

ଗଡି ଗଲା ଲୁହ ଦୁଇ

1 min
6


ଆଶା ଭରସାଟି ଲିଭି ଗଲା ଯେବେ

      ଗଡି ଗଲା ଲୁହ ଦୁଇଟି ଧାର

ମିଛ ମାୟା ମୋହ ଦୁନିଆ ବୁକୁରେ

   ରହିଲେନି କେହି ହେଇ ନିଜର ।


ଜୀବନର ସବୁ ସୁଖ ସମ୍ପଦକୁ

   ତୁଛ କରି କଲା ସେ ଆପଣାର

ଲକ୍ଷ୍ୟ ସ୍ଥଳେ ଯେବେ ପହଞ୍ଚି ସେ ଗଲା

    ଚାହିଁଲାନି ସିଏ ମୁହଁ ତାହାର ।


ନିଜେ ଭୋକ ଓପାସରେ ପଡି ରହି 

   ଖୋଇ ଦେଉ ଥିଲା ତାକୁ ଆହାର

ସିଏ ଘରୁ ଯେବେ କରିଲା ବାହାର

    ଗଡି ଗଲା ଲୁହ ଦୁଇଟି ଧାର ।


ଯା ପାଇଁ ସର୍ବସ୍ଵ ତ୍ୟାଗ କରି ସିଏ

    ଗର୍ବେ କହୁଥିଲା ସିଏ ମୋହର

ସଭିଁଙ୍କ ସାମ୍ନାରେ ସେ କିଏ ଚିହ୍ନିନି

    କହି ଅପମାନ କରିଲା ଘୋର ।


ନିଜଠୁ ଅଧିକ ଭଲ ପାଇ ସିଏ

   ବୁଝୁ ଥିଲା ଦୁଃଖ ସୁଖ ଖବର

ନିନ୍ଦା ଅପବାଦ ଯେବେ ବୋଳି ଦେଲା

   ଗଡି ଗଲା ଲୁହ ଦୁଇଟି ଧାରା ।


ବିପଦ ଆପଦେ ସାହା ହେଇ ସିଏ

    ସାଥେ ରହୁଥିଲା ଯେ ନିରନ୍ତର 

କିଏ ସେ ତୁ ମୋର କହି ଘୃଣା କଲା

    ଗଡି ଗଲା ଲୁହ ଦୁଇଟି ଧାର ।


ନିଜେ ନିନ୍ଦା କଳଙ୍କଟି ବୋଳି ହସ

     ଦେଉଥିଲା ସିଏ ତାର ଅଧର

ସିଏ ଯେବେ ନିଜେ ଦୋଷୀ ସଜେଇଲା

    ଗଡି ଗଲା ଲୁହ ଦୁଇଟି ଧାର ।


ଯା ପାଇଁ ନିଜର ଖୁସି ବଳି ଦେଲା

    ସିଏ କହିଦେଲା ତୁ ସ୍ବାର୍ଥପର

ନିର୍ବାକ୍ ହେଇ ସେ ଚାହିଁ ରହିଥିଲା

    ଗଡି ଗଲା ଲୁହ ଦୁଇଟି ଧାର ।


ଦୁଃଖ ଦେଖି ତାର ସହି ନ ପାରି ସେ

   ଡାକେ ଠାକୁରଙ୍କୁ ସେ ନିରନ୍ତର 

ସିଏ ଯେବେ ଥଟ୍ଟା ପରିହାସ କଲା

ଗଡି ଗଲା ଲୁହ ତା ଦୁଇ ଧାର ।


ସବୁ ସମ୍ପର୍କକୁ ଛିଣ୍ଡେଇ ଦେଇ ସେ

    ସୁରକ୍ଷା କବଚ ସାଜିଲା ତାର

ଜୀବନ ସାଥିଟି ମିଳିଗଲା ଯେବେ

 ଛିଣ୍ଡେଇ ଦେଲା ସେ ସମ୍ପର୍କ ଡୋର ।


ଛାଇ ପରି ରହି ଜଳି ଜଳି ସିଏ

    ତାକୁ ଭାବୁ ଥିଲା ତାର ନିଜର

ଯେବେ ଘୃଣା ଅପମାନ ସିଏ ଦେଲା

    ଗଡି ଗଲା ଲୁହ ଦୁଇଟି ଧାର ।


ବୁଝି ପାରିଲାନି ବନ୍ଧୁତା ଭାବ ସେ

 ସନ୍ଦେହ ନିନ୍ଦା ସେ ଭରି ମଥାର

ଦୂରେଇଲା ଯେବେ ବେଶୀ ବାଧି ଗଲା

    ଗଡିଗଲା ଲୁହ ଦୁଇଟି ଧାର ।


Rate this content
Log in

Similar oriya poem from Abstract