STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ଗୌରୀ ପୁତ୍ର ବିନାୟକ

ଗୌରୀ ପୁତ୍ର ବିନାୟକ

1 min
219

     ପ୍ରଣମ୍ୟ ଶିରସା ଦେବ ଗୌରୀ ପୁତ୍ର ବିନାୟକ 

     ବିଘ୍ନ ନାଶ ରିଦ୍ଧି ସିଦ୍ଧି ମହା ରୁଦ୍ର ନମସ୍ତୁତେ ।

     ଏକ ଦନ୍ତ ଦୟା ବନ୍ତ ସୂର୍ଯ୍ୟ କୋଟି ସମ ପ୍ରଭୁ 

     ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟସୁ ସର୍ବଦା ।


     ବନ୍ଦଇ ଶ୍ରୀ ଗଣନାଥ ଗୌରୀ ସନ୍ତତି 

     ବନ୍ଦଇ ଶ୍ରୀ ଗଜାନନ ସୁନ୍ଦର ମୁରତ୍ତି  ।

     ବନ୍ଦଇ ଶ୍ରୀ ବିଘ୍ନ ରାଜ ତୁମ୍ଭେ ଦୟା ବନ୍ତ  

     ବନ୍ଦଇ ଶ୍ରୀ ଏକ ଦନ୍ତ ଅଯୋନି ଶମ୍ଭୁତ୍ ।

     ବନ୍ଦଇ ଶ୍ରୀ ଲମ୍ବଦର କଳଶ ରେ ସ୍ଥିତି 

     ବନ୍ଦଇ ଶ୍ରୀ ବିନାୟକ ଅନାଦି ର ଶକ୍ତି  ।

     ବନ୍ଦଇ ଶ୍ରୀ ଧୂମ୍ର ବର୍ଣ୍ଣ ମୂଷିକ ବାହନ 

     ବନ୍ଦଇ ଶ୍ରୀ ଭାଲ ଚନ୍ଦ୍ର ଦେବ ତ୍ରି ଲୋଚନ ।

     ବନ୍ଦଇ ଶ୍ରୀ ବକ୍ର ତୁଣ୍ଡ ରିଦ୍ଧି ସିଦ୍ଧି ପତି 

     ବନ୍ଦଇ ଶ୍ରୀ ଉମା ପୁତ୍ର ଘେନ ମୋ ମିନତି ।

     ବନ୍ଦଇ ଶ୍ରୀ ମହା ରୁଦ୍ର କରୁଛି ଆରତି 

     ବନ୍ଦଇ ଶ୍ରୀ ଅଗ୍ର ପୂଜ୍ୟ ଶ୍ରୀଚ଼ରଣେ ସ୍ତୁତି ।

     ବନ୍ଦଇ ଶ୍ରୀ କୋଟି ସୂର୍ଯ୍ୟ ଚ଼କ୍ରରୁ ଉତ୍ପତ୍ତି 

     ବନ୍ଦଇ ଶ୍ରୀ ନିରଞ୍ଜନ ମହାଦେବ ଜୋତିଃ ।

     ବନ୍ଦଇ ଶ୍ରୀ ଜ୍ଞାନା ମୂର୍ତ୍ତି ଘେନ ମୋ ଭକତି 

     ବନ୍ଦଇ ଶ୍ରୀ ବୁଦ୍ଧି ଦାତା ବିଦ୍ୟାର ଶକତି ।

     ବନ୍ଦଇ ଶ୍ରୀ ଜ୍ଞାନ ଦାତା ଅଜ୍ଞାନ ନାଶନ 

     ବନ୍ଦଇ ଶ୍ରୀ ସିଦ୍ଧି ଦାତା ଅଲେଖ ନିରଞନ ।

     ବନ୍ଦଇ ଶ୍ରୀ ପିଙ୍ଗଳାକ୍ଷ ଦୁର୍ଗତି ହରଣ 

     ବନ୍ଦଇ ଶ୍ରୀ ବିକଟାକ୍ଷ କାଳ ନିର୍ବାରଣ ।

     ବନ୍ଦଇ ଶ୍ରୀ ନିରାକାର କରହେ କାରଣ 

     ବନ୍ଦଇ ଶ୍ରୀ ଘଟ ରୁପି ପଞରେ ଶରଣ ।

      



Rate this content
Log in

Similar oriya poem from Abstract