Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଗୌରବ

ଗୌରବ

1 min
243



ଆମ ଓଡିଶାର ଗର୍ବ ଓ ଗୌରବ 

        ପୁରୀ ଆଉ କୋଣାରକ 

ଦେଶ ବିଦେଶକୁ ଧାଇଁ ଯେ ଆସନ୍ତି 

     କେତେ କେତେ ପର୍ଯ୍ୟାଟ୍ଟକ ।


ବାରଶହ ବଢେଇ ଜୀବନର ପାଇଁ 

      ବାର ବର୍ଷ ଧର୍ମପଦ 

ଆତ୍ମାହୂତି ଦେଲେ ଚନ୍ଦ୍ରଭାଗା ତୀରେ

     ରଖି ଓଡିଆଙ୍କ ଟେକ ।


ଢେଙ୍କାନାଳ ଜିଲ୍ଲାର ବାଜି ରାଉତ

ପାତି ଦେଲେ ଛାତି ନ ନଇଁଣ ମାଥ

     ରଖିଲେ ମାଆର ଟେକ

ଆମ ଓଡିଶାର ଗର୍ବ ଓ ଗୌରବ 

     ପୁରୀ ଆଉ କୋଣାରକ ।


ଏଇ କଳିଙ୍ଗରେ ଦୟାନଦୀ ତୀରେ

      ହୋଇଲା କଳିଙ୍ଗ ଯୁଦ୍ଧ 

ରକ୍ତ ନଦୀ ଏଠି ବୁହାଇ ଯେ ଦେଲେ

      ମୌର୍ଯ୍ୟ ସମ୍ରାଟ ଆଶୋକ ।


ଓଡିଶା ଗୌରବ ରଖିଥିଲେ ଏଠି

     ବୀରା ନାରୀ କାରୁବାକୀ

ତାଙ୍କ ପାଦ ତଳେ ସମ୍ରାଟ ଅଶୋକ

     ମଥା ଆପେ ଦେଲେ ପାତି ।


ନିର୍ମିତ କରିଲେ ସେ ଗୌତମ ବୁଦ୍ଧ

ଧଉଳି ଗିରିରେ ସିଏ ଅବସ୍ଥିତ 

      ହେଲେ ସିଏ ଧର୍ମାଶୋକ

ଆମ ଓଡିଶାର ଗର୍ବ ଓ ଗୌରବ 

     ପୁରୀ ଆଊ କୋଣାରକ ।


ବାରବାଟୀ ଦୁର୍ଗ ଅବସ୍ଥିତ ତ ଏଠି

     ଖଣ୍ଡଗିରିରେ ଯେ ଗୁମ୍ଫା 

ମନ୍ଦିର ମାଳିନୀ ଭୁବନେଶ୍ବର ତ

    ବଢାଉଛି ତାର ଶୋଭା ।


ପାଇକ ବିଦ୍ରୋହ ହେଇଥିଲା ଏଠି

    ଫାଶୀ ପାଇଥିଲେ କେତେ 

ମେଦିନୀ ପୁରର ବାଘତୋଟା ନାଳେ 

      ଜୟୀ ରାଜଗୁରୁ ସତେ ।


ଅଟ୍ରି ଉସ୍ରବଣ ସାଗର ଲହରୀ

ଦାରିଙ୍ଗବାଡି ତ ଓଡିଶା କାଶ୍ମିରୀ 

     ବନ୍ଦର ଯେ ପାରାଦ୍ବୀପ

ଆମ ଓଡିଶାର ଗର୍ବ ଓ ଗୌରବ 

     ପୁରୀ ଆଉ କୋଣାରକ ।


ପାହାଡ଼ ପର୍ବତ ପ୍ରାକୃତିକ ଦୃଶ୍ୟେ

     ସୌନ୍ଦର୍ଯ୍ଯ ଆମ ଓଡିଶା

ସବୁଠୁ ସୁନ୍ଦର ଗୌରବନିତ୍ୱ

     ଏଇ ଆମ ମାତୃଭାଷା ।


ଭିତରକନିକା ଅଭୟାରଣ୍ୟ ଯେ

     ବଉଳା କୁମ୍ଭୀର ପାଇଁ 

ଚନ୍ଦକା ଅରଣ୍ୟ ହାତୀ ସଂରକ୍ଷଣ 

     ପବିତ୍ର ଓଡିଶା ଭୂଇଁ ।


ତା ପାଣି ପବନେ ଗଢା ମୋ ଶରୀର

 ତା କୋଳେ ଜନମୀ ଜୀବନ ମୋ ଧନ୍ୟ 

     ତା ପାଦରେ ପ୍ରଣିପାତ

ଆମ ଓଡିଶାର ଗର୍ବ ଓ ଗୌରବ 

    ପୁରୀ ଆଉ କୋଣାରକ ।


Rate this content
Log in

Similar oriya poem from Abstract