STORYMIRROR

Kali Kumar

Abstract Others

3  

Kali Kumar

Abstract Others

ଗାଉଁଲି ବୋଧୂ

ଗାଉଁଲି ବୋଧୂ

1 min
534

ଜହ୍ନରାତି ପରି ମୁହଁଟି ତା'ର

କଳା ଟିପା ଗାଲେ ଅତି ସୁନ୍ଦର

ହାତେ ଶଙ୍ଖା ଚୁଡ଼ି,ପାଦେ ଅଳତା ଗାର

ଲଲାଟେ ଝଟକେ ନାଲି ସିନ୍ଦୁର ।୧।


ପରିବାର ର ସିଏ ମଉଡ଼ମଣି

କଥାରେ ମନକୁ ପାରଇ ଜିଣି

ଖସେ ନାହିଁ କେବେ ମଥା ଓଡ଼ଣି

ଗାଉଁଲି ବଧୂ ସେ ସଚ୍ଚା ଘରଣୀ ।୨।


ପୁନେଇ ରାତିର କଳା ବାଦଲ ଭଳି

ଚନ୍ଦ୍ରବଦନୀ ବାଟକୁ କିଏ ଦିଏ ଓଗାଳି

କହେ ନାହିଁ କଥା ଜମାରୁ କିଆଁ

ସମ୍ମାନେ ମୁଣ୍ଡଟି ତଳକୁ ନୁଆଁ ।୩।


ସ୍ୱାମୀ - ସନ୍ତାନ, ଶାଶୁ-ଶ୍ୱଶୁର

ଯାଆ, ନଣଦ ଅବା ଦିଅର

କାହାକୁ କରେନା ଆପଣା-ପର

ସଭିଁକୁ ବାନ୍ଧିଛି ତା' ସ୍ନେହ ଡୋର ।୪।


ଗାଉଁଲି ବୋଲି ତ ସଭିଁକୁ ଭୟ

ଚାପି ରଖେ ସବୁ ମନର କୋହ

ଯେଉଁ ଦିନ କୋହ ବନ୍ଧ ଭାଙ୍ଗିବ

ଲୁହ ଧାର ହୋଇ ସବୁ ବୋହିବ ।୫।


ଆକ୍ଳାନ୍ତ ଶ୍ରମେ କରେ ସେ କର୍ମ

କେହି ବୁଝେ ନାହିଁ ବେଦନା-ମର୍ମ

କଅଁଳ ବଦନଟି ମଉଳି ପଡ଼େ

ଯେସନ,

ଭୋକିଲା ଶାବକ ରହିଛି ନିଡ଼େ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract