STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ଗାଥା କବିତା(ରାମାୟଣ): ଶବରୀ

ଗାଥା କବିତା(ରାମାୟଣ): ଶବରୀ

1 min
261

ସୀତାଙ୍କ ସନ୍ଧାନେ ରାମ ଓ ଲକ୍ଷ୍ମଣ

    ବନ ମଧ୍ୟେ ବୁଲୁଥିଲେ

ବଣରେ ବହୁତ ଖୋଜିଲା ପରେତ

    ଶବରୀ ପାଖେ ଆସିଲେ ।।


ଅନେକ ବର୍ଷର ଶବରୀ ପ୍ରତୀକ୍ଷା

     ପୂରଣ ଯେ ହୋଇଗଲା

ରାମ ଲକ୍ଷ୍ମଣଙ୍କୁ ଆନନ୍ଦ ବିଭୋରେ

   ଠାବକୁ ପାଛୋଟି ନେଲା ।।


ପ୍ରଭୁଙ୍କ  ରାସ୍ତାରେ ସୁନ୍ଦର ସୁମନ

      ବିଛାଇ ସେ ରଖିଥିଲା

ଆଦରେ ପ୍ରଭୁଙ୍କୁ ଆସନେ ବସେଇ

    ନିଜେ ତଳେ ବସିଗଲା ।।


ଚାହିଁ ରହିଥିଲା ବିଭୁରେ ଶବରୀ

     ଅପଲକ  ନୟନରେ

ବିମୁଗ୍ଧ ହୋଇଲା ପ୍ରାଣଟା ତାହାର

     ଶ୍ରୀରାମଙ୍କ ଦର୍ଶନରେ ।।


କହିଲା ଶବରୀ ସେବେଠୁ ତୁମର

     ରହିଅଛି ପ୍ରତୀକ୍ଷାରେ

ଯେବେ ପ୍ରଭୁ ରାମ ଜନ୍ମି ବି ନଥିଲ

     ଏଇ ଧରଣୀ ପୃଷ୍ଠରେ ।।


ଜାଣିବି ନ ଥିଲି କିଏ ତୁମେ ପ୍ରଭୁ

      କେମିତିକା ଦିଶୁଥିବ

ଏଘୋର ଅରଣ୍ୟେ ଛାର ଶବରୀକୁ

      ଭେଟିବାକୁ ଆସିଯିବ ।।


ଭୋକହେବା କଥା ପଚାରି ବୁଝିଣ

    ଗୃହ ମଧ୍ୟେ ଚଳିଗଲେ

ଚାଖିଚାଖି ସବୁ ମିଠା କୋଳିତକ

    ପ୍ରଭୁ ପାଖେ ପରଶିଲେ ।।


ଶ୍ରୀରାମ ଲକ୍ଷଣ ଅଇଁଠା କୋଳିକୁ

     ଆଦରରେ ଖାଇଦେଲେ

ମର୍ଯ୍ୟାଦା ରଖିଣ ଜାତି ଧର୍ମ ଭେଦ

    ସମାଜରୁ ଉଠାଇଲେ ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational