STORYMIRROR

Debaki Behera

Classics Children

2  

Debaki Behera

Classics Children

ଗାଁର ଚିତ୍ରପଟ

ଗାଁର ଚିତ୍ରପଟ

1 min
114

ଛୋଟ ସିନା ଗାଁ ମୋର

ହେଲେ ଅଟେ ସୁନ୍ଦର

ତରୁଲତା ଶୋହେ ପୁଣି

ତାର ବୁକୁ ଶରୀର।

ଗୋଧୂଳି ବେଳର ଦୃଶ୍ୟ 

ଲାଗେ ଅତି ସୁନ୍ଦର

କୋକିଳ ର କୁହୁତାନ

ଲାଗେ କେଡେ ମଧୁର।

ଭବାନୀ ଅଜାର ଗପ

ସୋଲି ବୁଢ଼ୀ ଆକଟ

ଗାଳି ଶୁଣି ପିଲେ ସବୁ

ହୋଇଥାନ୍ତି ନିକଟ।

ଗାଁ ର ମନ୍ଦିର ଆଉ

ଆମ୍ବତୋଟା ଛାଇରେ

ବସି କେତେ ମସ୍ତି ସତେ

କରୁଥିଲେ ଦିନରେ।

ଚୁମୁକି, ହଗୁରା ଆଉ

ଗଙ୍ଗା ,ରଙ୍ଗା , ନଟିଆ

ସାଙ୍ଗ ହୋଇ ଖେଳୁଥିଲେ

କରିକେତେ କଜିଆ।

ସୁର ସାର୍ ବେତ ଆଉ

ମାଡ଼ ସବୁ ତାଙ୍କର

ସେଇ ଛାଟ ପାହରରେ

ଗଢି ଥିଲେ ଛାତର।

ଶସ୍ୟ ଭରା ହୁଏ ଯେବେ 

ଗାଁ ଧାନ କ୍ଷେତ ଟି

କି ଅବା କହିବି ଆଉ

ମନୋହର ବେଶଟି।

ବରଷା ପଡ଼ଇ ଯେବେ

ଗାଁ ଦାଣ୍ଡ ମାଟିରେ

କେଡେ ମନଲୋଭା ବାସ୍ନା

ମନ ଯାଏ ଭରିରେ।

ବର୍ଷା ବେଳେ ଘର ଆମ

କମାରଙ୍କ ଚାଳିଆ

ପିଆଜ ମୁଢ଼ି ସାଙ୍ଗକୁ

ଲଙ୍କା ଲୁଣ ବଢିଆ।

ଝିଅ ବୋହୂମାନେ ମିଶି 

ଗାଁ କୂପ ପାଖରେ

ଗୁଲି ଗପ କରିପୁଣି

ଜଳ ଭରି ଆଣେ ରେ।

ସୂର୍ଯ୍ୟ ଅସ୍ତ ସମୟରେ

ନଈ ପାଖ ପାହାଡ

କି ଅପୂର୍ବ ଶୋଭା ଦିଶେ

ସତେ ଅବା ମଉଡ।

ଗାଈ ଗୋଠ ଫେରେ ଦାଣ୍ଡେ

ଧୂଳି ଯେବେ ଉଡ଼ାଇ

କୃଷକ ଭାଇ ଆମର

ଘର ସେବେ ଫେରାଇ।

ଭାଗବତ ଟୁଙ୍ଗି ଘରେ

ସନ୍ଧ୍ୟା ହେଲେ ଆସର

ନାନା ଚର୍ଚ୍ଚା ଜୋର୍ ଧରେ

ପୋଥି କଥା ଆଧାର।

ଭୁଲି ନାହିଁ ମନ କିଛି

ପିଲାଦିନ କଥାକୁ

ଗୋଟି ଗୋଟି ମନେ ପଡେ

ଝୁରେ ମନ ସବୁକୁ।

ସ୍ମୃତି ଚିତ୍ରପଟେ ଆଜି

ଭାସି ଉଠେ ସବୁତ

ପ୍ରବାସ ରେ ଥାଇ ଆଜି

ଖୋଜେ ମନ ସେତକ।

ଦେବକୀ ବେହେରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics