ଗାନ୍ଧୀ
ଗାନ୍ଧୀ
ଶୂନ୍ୟ ଦିଗ୍ ବଳୟର ବୁକୁ ଚିରି ତୁମେ
ଠିଆ ହେଲ କାହା ପାଇଁ,
ଏହି ଦୁନିଆ କି, ବୁଝିବ ତୁମ ଦାନ
ଇପ୍ସିତ ଆଖିକୁ ଚାହିଁ ।୧।
କେତେ କେତେ ମହାରଥୀ ପଡିଛନ୍ତି ଟଳି
ଏ ଦେଶର ମାତୃକା ପାଇଁ,
ତୁମେ ବି ଚାଲିବ ସ୍ନିଗ୍ଧ ହୃଦୟେ
ଭଗ୍ନ ମନକୁ ନେଇ ।୨।
ଯେତେ ପ୍ଳା - କାର୍ଡ ଧରିଲେ କି ହେବ
ଏହି ଦେଶ ଜାତିର ପାଇଁ,
ବଦଳିବ ନାହିଁ ଏ ଜାତି ହୃଦୟ
ଦେଶକୁ ବଦଳେଇବା ପାଇଁ ।୩।
ଯେ ପର୍ଯ୍ୟନ୍ତ କାହା ମନରେ ନ ଆସିଛି
ଦାୟିତ୍ଵର ଭାବ ଜ୍ଞାନ,
ସେ ପର୍ଯ୍ୟନ୍ତ ଦେଶ ଋଣରେ ଚାଲିଥିବ
ନ ରହିବ ତୁମ ବଳିଦାନ ।୪।
ହେ ଗାନ୍ଧୀ ତୁମେ ଥରେ ଆସନ୍ତ କି
ଏ ମର୍ତ୍ୟ ମଣ୍ଡଳେ ଦେହ ବହି,
ଶିଖାଇ ଦିଅନ୍ତ ଏ ଭଣ୍ଡ ନେତାଙ୍କୁ
ଶାସନ ଦାୟିତ୍ଵ କିପରି ନିଅନ୍ତି ବୋହି ।୫।
ଦେଶ ଚଲାଇବା ନୁହେଁ ଯେ ସହଜ
କଥା ଏଠି ସାର ଖାଲି,
ଦେଶର ଟଙ୍କାକୁ ପକେଟ୍ ପୁରାଇ
ଜନତାଙ୍କୁ ଗଲେ ଭୁଲି ।୬।
ଭାବ
ୁ ଥାନ୍ତ ଯଦି ଦେଶ ବି ତୁମର
ଦେଶ ସୁନାରେ ହୁଅନ୍ତା ଭରି,
ସମସ୍ତେ ତ ଏଠି ଚୋର ସୈତାନ୍
କାହାକୁ କହିବ ଡରି ।୭।
ଆରେ ଭଣ୍ଡ ମାନେ ଥରେ ଦେଖିନିଅ
ଦେଶର ବାପୁଙ୍କୁ ମୋର,
ସେ କେମିତି ଆମକୁ ସ୍ୱାଧୀନତା ଦେଲେ
ଦାୟିତ୍ଵ ଭାବି ତାଙ୍କର ।୮।
ଆମେମାନେ ଯଦି ଦାୟିତ୍ଵର ବୋଝ ନେଇ
ଦେଶକୁ କରିବା ଶାସନ,
ଦେଶବି ଆମର ସୁନାରେ ଫଳିବ
ସବୁ ଶତୃଙ୍କୁ କରି ହେୟଜ୍ଞାନ ।୯।
ଆମ ଦେଶ ଆମ ଜାତିର ମାଆର
ଟେକ ନା ପକାଇବା ତଳେ,
ଦାୟିତ୍ୱର ବୋଝ ନେଇକି ସମସ୍ତେ
ତା ମାନ ରଖିବା କଳେ ବଳେ ।୧୦।
ଆମ ଗାଁ ଆମ ସହର , ଦେଶକୁ
ସଫା ରଖିବା ଆମ ଦାୟିତ୍ଵ,
ତିଳେ ମାତ୍ର ଅବହେଳା ନକରି ମନରେ
ଭାବି ନେବା ଏହା ଆମ କର୍ତ୍ତବ୍ୟ ।୧୧।
ଜୀବନକୁ ବାଜି ଲଗାଇ ଦେଶ ପାଇଁ
ରକ୍ଷା କରିବା ଶତ୍ରୁ ଠାରୁ,
ଅଂହିସାର ପଥ ଧରି ଚାଲି ଚାଲୁଥିବା
ଯାହା ଶିଖିଛେ ବାପୁଙ୍କ ଠାରୁ ।୧୨।