STORYMIRROR

subrat kumar jena

Abstract

3  

subrat kumar jena

Abstract

ଗାନ୍ଧୀ ଏକ ବିଦ୍ରୋହର ସ୍ୱର

ଗାନ୍ଧୀ ଏକ ବିଦ୍ରୋହର ସ୍ୱର

2 mins
254


ଇଚ୍ଛା ନାହିଁ ମୋର ବନିବାକୁ

ଆଉ ଏକ ଗାନ୍ଧୀ

ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ

କି ହେବାକୁ ଚାହୁନି

ନୋଟ୍ ଅବା ସହର ବଜାରର

କେଉଁ ଏକ କୋଣରେ ଚଉତରାରେ ବନ୍ଦୀ

ଯେଉଁଠି ଅବାଧରେ

ପକ୍ଷୀ ମାନେ କରୁଥିବେ ମଳ ତ୍ୟାଗ ମୋ ପରେ

ବର୍ଷରେ ଥରେ ଅଧେ

ମୋତେ ପରିଷ୍କାର କରି ଚଢ଼ାଇବେ ଫୁଲ ମାଳ

ଇଚ୍ଛା ନାହିଁ ଆଉ ମୋର

କରିବାକୁ ପ୍ରଚାର ଗୋଟିଏ ପଟେ

ଅହିଂସା ର ପ୍ରଚାର ପ୍ରସାର ଆଉ ଅନ୍ୟ ପଟେ ଦେଖିବାକୁ

ହିଂସା ଅନ୍ୟାୟ ଅରାଜକତାର ଲଙ୍ଗଳା ନାଚ

ଗୋଟିଏ ପଟେ ଆଣ୍ଠୁ ଲୁଚୁ ନ ଥିବା ଲୁଗା ପିନ୍ଧି

ସାଧୁ ସନ୍ଥ ରେ ଗଣତି ହେବାକୁ

କିଛି କ୍ଷଣ ପରେ ବାର ଆଉ ପବରେ ସୁରା ସହିତ

ବସ୍ତ୍ର ବିହୀନ ଯୁବତୀଙ୍କ ନଙ୍ଗୁଳି ଉନ୍ମାଦନା ଭରା ନୃତ୍ୟରେ ହଜିବାକୁ

ମୋର ନାହିଁ ଲୋଡା ରଚିବାକୁ କୌଣସି ଅଯଥା କୀର୍ତ୍ତି

ଅପବାଦ ମୁଣ୍ଡେଇ ବାକୁ

ଯେଉଁଥି ଲାଗି ଆଉଥରେ ସୃଷ୍ଟି ହେବ

ଆଉ ଗୋଟେ ପାକିସ୍ତାନ ନେହେରୁ ପ୍ରେମ ଲାଗି

ମୋର ଅଖଣ୍ଡ ଭାରତୀ ମାଆ ର ଦେହକୁ

ମିଳିମିଶି କରିବେ ଖଣ୍ଡ ବିଖଣ୍ତିତ

ମୁଁ ଆଉ ଚାହେଁନି କାଶ୍ମୀର ଭଳି ସମସ୍ୟା ଉପୁଜୁ

ଯେଉଁଠି ପ୍ରତିଦିନ ଖେଳା ଜାଉ ଆତଙ୍କର ଖୋଲା ହୋଲି

ସୈତାନ୍ ପାକିସ୍ତାନ ର କୁ ପ୍ରରୋଚନାରେ

କେତେ ବାପା ମା ସନ୍ତାନ ହୀନ ନ ହୁଅନ୍ତୁ

କେତେ ସ୍ତ୍ରୀ ତାର ସୁହାଗ ନ ହରାଉ

ହେଲେ କେହି କଣ ବୁଝନ୍ତି ମା ଭାରତୀର ଦୁଃଖକୁ

ଏ କଣ ଥିଲା ସ୍ବପ୍ନ ରାମରାଜ୍ୟର

ନା ଏ କଣ ଥିଲା ଅଖଣ୍ଡ ଭାରତର ଛବି

ତା ହେଲେ ଏ ଜାତିବାଦ କଣ ଲାଗି

ଦଳିତ ଶୋଷିତ ହରିଜନ ବୋଲି ଗୋଟେ ସ୍ଵତନ୍ତ୍ର ବିଭାଗ କରି

ଇଚ୍ଛା ନାହିଁ ଆଉ ସବର୍ଣ୍ଣଙ୍କ ଅଧିକାର ଚୋରାଇ ବାକୁ

ଧୀରେ ଧୀରେ ଏହି ରୋଗ ବ୍ୟାପିଲାଣି ସାରା ଭାରତକୁ

ଏହି ଦୁରାରାଧ୍ୟ ରୋଗରେ ଜରାଜୀର୍ଣ୍ଣ ହେଲାଣି

ମା ଅଖଣ୍ଡ ଭାରତୀର ସାରା ଶରୀର

ମୁଁ ଚାହେଁନି ଆଉ କେହି ମୋର ହତ୍ୟାକାରୀ ହେଉ

ଦଳେ ତାଙ୍କୁ ମହାନ କହୁ ଆଉ ଦଳେ ତାଙ୍କୁ ଦେଶଦ୍ରୋହି କହୁ

ମୁଁ ବି ଚାହୁଁନି ମୋରି ନାଆଁ କୁ ନେଇ ଗୋଟିଏ ବଂଶ

ରାଜନୀତି କରୁ ଅସୁମାରି ସମ୍ପତି ଅଧିକାରୀ ହେଉ

ଯେଉଁଠି ନିତି ଲକ୍ଷ ଲକ୍ଷ ପେଟ ଉପାସ୍ ରେ ରହେ

ଆଉ କିଛି ଖୁସି ମାନନ୍ତୁ ମୋ ଜନ୍ମ୍ ଦିନରେ ଅବା ମରଣ ଦିନରେ

ଇଚ୍ଛା ନାହିଁ ହେବାକୁ ମୋର ଆଉ ଜଣେ ଗାନ୍ଧୀ ହେବାକୁ

ଯେଉଁଥି ଲାଗି ଅନ୍ୟ ମାନେ ପାଇବେନି ସମ୍ମାନ ତାଙ୍କରି

ଏଥି ଲାଗି ମୁଁ ଆଉ କରିବିନି ସନ୍ଧି

କୋଉ ଜିହ୍ନା ସହିତ

କୋଉ ବିଦେଶୀ ସହିତ କି କୋଉ କୋଉ ବିଦେଶୀ ପ୍ରେମରେ

ଆଉ ଇଚ୍ଛା ନାହିଁ ହେବାକୁ ବନ୍ଦୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract