STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ଗାଁ ରେ ଖରାଦିନ

ଗାଁ ରେ ଖରାଦିନ

1 min
3


ଖୋରଧା ଜିଲ୍ଲାର ଆମ 

ଛୋଟ ଏକ ଗାଁ

ସାନପଦର ବୋଲିଣ 

ଅଟେ ତର ନାଁ 

ଛଅ ରତୁ ମୋ ଗାଁ କୁ 

ଧୀରେ ଯାଏ ଛୁଇଁ

ପରିବେଶ କି ସୁନ୍ଦର

ନୁହିଁଇ ଟି କହି

ପିଲାଦିନେ ପୋଖରି କୁ

ସାଙ୍ଗ ସାଥି ହୋଇ

ଯାଇଥାଉ ଖରା ଦିନେ

ଗାଧୋଇ ବା ପାଇଁ

ଗାଆଁ ମୁଣ୍ଡ ବରଗଛେ

ଖେଳିଥାଉ ଦୋଳି

ବିଲ ବଣ ବୁଦା ବୁଲି

ତୋଳି ଥାଉ କୋଳି

ଗଁଆ ର ପୂରୁବ ପାଖେ

ଅଛି ଏକ ପାହାଡ

କଣ୍ଟା ଝଣ୍ଟା ବଡ ବଡ

ଅଛି ପୁଣି ଗାଡ

ଖରା ଦିନେ ବିଲ ବାଡ଼ି 

ପଡି ଥାଏ ପଡିଆ

ତଥାପି ମୋ ଗଁଆ ଭଲ

ମୋ ପାଇଁ ସେ ବଢିଆ ।।


Rate this content
Log in

Similar oriya poem from Abstract