STORYMIRROR

Sandhyarani dash

Abstract

3  

Sandhyarani dash

Abstract

ଗାଁ ର ସକାଳ ମୋର ଗାଁ ହସ

ଗାଁ ର ସକାଳ ମୋର ଗାଁ ହସ

1 min
246

ମୋ ଗାଁ ହସୁଛି କାକ ର ଭିଜେଇ

ଦେହକୁ ତା ଶୁଭ୍ର କରି,

ପାଚିଲା ଧାନକୁ ଦେହରେ ଝୁଲାଇ

ଆନନ୍ଦେ ବିଭୋର ଭରି

ସୋରିଷ ଫୁଲର ବାସ୍ନାରେ ମହକେ

ସୁଷମା ସମ୍ଭାର ସାଜି,

ସୁରୁଜ ମୁଖିର ଅଳସ ଭାଙ୍ଗିଛି

ନୂତନ ଆଲୋକ ଖୋଜି

ଶୀତ ସକାଳର ଶୀତୁଆ ପରଶ

ଚାଷୀଙ୍କୁ ଦେଇନି ବାଧା,

କ୍ଷେତ ବାଡି ଦେଖି ପେଟ ପୁରି ଯାଏ

କାମ ସେ ରଖେନି ଅଧା

ରାତି ପାହି ଗଲେ କାଉ ରାବିଦେଲେ

ଶେଯରୁ ଉଠାଇ ବୋଉ,

ଗୋବର ପାଣିରେ ପବିତ୍ର କରଇ

ଦାଣ୍ଡ ଦୁଆର କୁ ନେଉ

ଗାଁ ର ସକାଳ କେତେ ଯେ ମଧୁର

ନାହିଁ ପର ଆପଣାର

ନାଲିଆ ସୁରୂଜ ବୁଣଇ ମୁରୁଜ

ନାହିଁ ତାର ପଟାନ୍ତର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract