STORYMIRROR

Sarojini Mishra

Abstract

4  

Sarojini Mishra

Abstract

ଗାଁ ପୁଷ୍କରିଣୀ

ଗାଁ ପୁଷ୍କରିଣୀ

1 min
244

ଗାଁ ପୁଷ୍କରିଣୀ ପାଖ ଦେଇ ଗଲେ

ଅତୀତ ମୁହଁ ଦେଖାଏ

ସ୍ମୃତି ବିସ୍ମୃତିର ଅତଳ ଗର୍ଭରେ

ଲୀନ ହୋଇ ହୋଇ ଯାଏ ।


ଚଉପାଶ ଥିଲା କେତେ ନିରିମଳ

କାଚ଼କେନ୍ଦୁ ପାଣି ଭରା

ସେ ପାଣିରେ ବଗ ଧ୍ୟାନ କରୁଥିଲେ

ମୀନ ମାରୁ ଥିଲେ ଡିଆଁ ।


ରାତି ନ ପାହୁଣୁ ମୋ ଗାଁର ବଧୂ

କାଖରେ କଳସି ଧରି

ସ୍ନାନ କରିବାକୁ ମେଳ ହୋଇ ଯାନ୍ତି

କର୍ତ୍ତବ୍ୟ ଆହ୍ୱାନ ନେଇ ।


ଗାଁ ପୁଷ୍କରିଣୀ ପ୍ରତି ପାହାଚ ଯେ

ପାଦ ଅଳତାରେ ମଖା 

ତୁଠ ନିରିମଳ ମନ ନିରିମଳ

ଭାବ ଥିଲା ସ୍ନେହ ମଖା ।


ଗାଁ ପୁଷ୍କରିଣୀ ନିରିମଳ ଜଳେ

ଏକତା ର ପ୍ରତିବିମ୍ବ

ପୁଷ୍କରିଣୀ ଥିଲା କେତେ ଯେ ସୁନ୍ଦର

ଜଳ ଥିଲା ନିରିମଳ ।


ସ୍ନାନ ସାରି ବଧୂ କାଖେ ଗରା ଧରି

ଠାକୁରେ ପ୍ରଣାମ କରେ

ପୋଖରୀ ହୁଡାରୁ ହାତେ ଫୁଲ ଧରି

ଫେରଇ ନିଜ ମନ୍ଦିରେ ।


ପିଲାଙ୍କ ମେଳରେ ପହଁରା ଖେଳରେ

ଗାଁ ପୁଷ୍କରିଣୀ ଭରା

ଦେଖି ଦେଉଥିଲେ ମନ ପୁରୁ ଥିଲା

ମନ ଥିଲା ହରା ଭରା ।


ଗାଆଁ ର ପ୍ରତିଟି ଶିରା ପ୍ରଶିରାରେ

ଭରିଥିଲା ଆତ୍ମୀୟତା

ପୁଷ୍କରିଣୀ ଥିଲା ଗାଁ ଆକର୍ଷଣ

ମନରୁ ଲିଭେନି ଜମା ।


ଗାଁ ପୁଷ୍କରିଣୀ ମାନ ହରାଇଛି

ଅରମା ଯେ ଚତୁର୍ପାଶ୍ୱ

ସତେ ଅବା ସିଏ ହାରି ଯାଇଅଛି

ହରାଇଛି ତା ବିଶ୍ୱାସ ।


Rate this content
Log in

Similar oriya poem from Abstract