Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଗାଁ ମା ଆଜି କାନ୍ଦୁଛି

ଗାଁ ମା ଆଜି କାନ୍ଦୁଛି

2 mins
125



  ଗାଁ କାନ୍ଦୁଛି

   ମାଟି ମା କାନ୍ଦୁଛି

  ଗାଁ ମା ମୁଖୁ ହସ ଲିଭିଛି

   ଗାଁ ମା ବୁକୁ ସୁଖ ହଜିଛି

  ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


   ଗାଁ ମାଟିରୁ ଭାଇଚାରା ହଜିଛି

   ବନ ବିଲ ସବୁ ଶ୍ରୀହୀନ ହୋଇଛି

    ପର୍ବ ପର୍ବାଣୀ ସବୁ ହଜି ଯାଉଛି

   ବିଦେଶୀ ପରମ୍ପରା ଦେଶେ ପଶିଛି

   ଆମ ଭାଷା ହଜିଛି ଆମ ଖାଦ୍ୟ ହଜିଛି

    ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


   କୃଷକ ଆଖିରେ ଲୁହ ଭରିଛି

   ଶ୍ରମିକ ବୁକୁରେ ଲହୁ ଭରିଛି

    ଆମ ସଂସ୍କୃତି ପରମ୍ପରା ସବୁ ସରିଛି

    ବାହା ପୁଆଣିର ଭାଇଚାରା ହଜିଛି

    ମଣିଷ ପଣିଆ ଆଜି ମରି ଯାଇଛି

    ସବୁ କଥାରେ ମଣିଷ ସ୍ଵାର୍ଥ ଖୋଜୁଛି

    ଲାଭ ଖୋଜୁଛି ଲୋଭେ ମଜୁଛି

    ସେ ପାଇଁ ଆମ

     ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


    ଜଳ ଜମି ଜଙ୍ଗଲ ଜନ୍ତୁ ଙ୍କ ଜୀବନ

     ଏବେ ବିପନ୍ନ ହୋଇଛି

   ଅଂଶୁଘାତ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟେ

   ଏ ମଣିଷ ଜାତି ଏବେ ବଞ୍ଚି ରହିଛି

   ଜରା ବ୍ୟାଧିରେ 

  ଆଧୁନିକ ମଣିଷ ଶିକାର ହେଉଛି

   ମଣିଷ ଅଜ୍ଞାନ ହୋଇ ଶାନ୍ତି ଖୋଜୁଛି

   ସେ ପାଇଁ ଆଜି ଗାଁ କାନ୍ଦୁଛି

    ମାଟି ମା କାନ୍ଦୁଛି ।


  ଜାତି ଧର୍ମ ନାମେ

   ମଣିଷ ଭାଗ ଭାଗ ହୋଇଛି

  ଦେଶପ୍ରେମ କୁ ଏ ମଣିଷ ଭୁଲି ଯାଇଛି

  ବେକାରୀ ସମସ୍ୟା ଭ୍ରଷ୍ଟାଚାର

   ସମଗ୍ର ଦେଶକୁ କବଳିତ କରିଛି

  ଗାଁ ପରିବେଶ ପ୍ରଦୁଷିତ ହୋଇଛି

  ସ୍ନେହ କରୁଣା ମମତା ସବୁ ହଜି ଯାଇଛି

    ସେ ପାଇଁ

   ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


   ଯାନି ଯାତ୍ରା ପର୍ବ ପର୍ବାଣୀ ସବୁ

   ଧୀରେ ଧୀରେ ଲୋପ ପାଉଛି

   ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି କୁ

   ଏ ମଣିଷ ଆମ ଆପଣଉଛି

  ଘର ପରିବାର 

   ଏବେ ଅଶାନ୍ତି ରେ ରହୁଛି

   ମା କାନ୍ଦୁଛି ବାପା କାନ୍ଦୁଛି

   ହୃଦୟ ହୀନ ମଣିଷ ଙ୍କ ପାଇଁ

   ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


   ଅବିଶ୍ବାସ ଭିତରେ

   ମଣିଷ ସମାଜ ଏବେ ଗତି କରୁଛି

   ବୁଦ୍ଧି ବିବେକୁ ଏ ମଣିଷ ବଳି ଦେଉଛି

  ବସ୍ତୁବାଦୀ ହୋଇ 

   ମଣିଷ ଠାରୁ ବସ୍ତୁକୁ 

    ବେଶୀ ପ୍ରାଧାନ୍ୟ ଦେଉଛି

   ଯନ୍ତ୍ରବତ୍ ଏ ମଣିଷ ଏବେ ଖଟୁଛି

   ଖଟିଖିଆ ଙ୍କୁ ପୁଞ୍ଜିପତି ଶ୍ରେଣୀ ଲୁଟୁଛି

   ଶ୍ରେଣୀ ସଂଘର୍ଷ ଦିନୁଁ ଦିନ ବେଶୀ ଘଟୁଛି

   ଥିଲା ନ ଥିଲା ବାଲାଙ୍କ ମଧ୍ୟେ

  ସଂଘର୍ଷ ର ପରିଣାମ ସମାଜେ ବେଶୀ ଘଟୁଛି

    ଅଶାନ୍ତ ପରିବେଶ ମଧ୍ୟେ

    ସହରୀ ସଭ୍ୟତା ନାମେ

   ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


   ପରବ ହଜି ଗରବ ବଢୁଛି

    ଗରବ ଅହଂକାର ମଧ୍ୟେ

   କେହି କାହା ସୁଖ ନ ଦେଖି

    ହିଂସା ଦ୍ୱେଷ ଈର୍ଷା ମଧ୍ୟେ

   ମଣିଷ ଆଜି ଦୁଃଖେ ସଢୁଛି

  ଜୀବନ ଜୀବିକା ର ଦ୍ଵାହି ଦେଇ

   ସମ୍ପର୍କ ର ମାନ

   ଏ ମଣିଷ ଭୁଲି ଯାଇଛି

  ସେ ପାଇଁ ଗାଁ କାନ୍ଦୁଛି ମାଟି ମା କାନ୍ଦୁଛି ।


     


    

     

    


 


Rate this content
Log in

Similar oriya poem from Abstract