ଗାନ କର ହରି ବୋଲ ହରି ବୋଲ
ଗାନ କର ହରି ବୋଲ ହରି ବୋଲ
ମୋ କାହ୍ନାରେ, ଆଜି ପରା
ତୋର ଜନମ ଦିନ
ବାପା ମା ତୋର ସଢୁଥିଲେ
କାରାଗରରେ ଜାଣ ।
ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀର ରାତ୍ରିର
ଦ୍ବିତୀୟ ପ୍ରହର
ଥିଲା ଝଡର ଅମାରାତି, ଚତୁର୍ଦିଗରେ
ଖାଲି ଅନ୍ଧାର ।
ନିଜ ମୃତ୍ୟୁର କାରଣ ଶୁଣି ହଂସା
ଉଡିଲା ମାମୁଁଙ୍କର
ସାତ ଭାଇ ଭଉଣୀର ହତ୍ୟା ପରେ
ଜନମ ତୁମର ।
ଥିଲା ଖାଲି ଭୟର ବାତାବରଣ ଓ
ମୃତ୍ଯୁର ଝଙ୍କାର
ଦୈବୀ ଗୁଣେ ବ୍ରହ୍ମଜ୍ଞାନେ, ଭୀତି
କ୍ଷଣେ ଜନମ ତୋର ।
ସମୟର ଡାକେ, ମାୟାର ପ୍ରଭାବେ
ବନ୍ଦୀ ଗୃହ ଖୋଲିଗଲା
ବାପା ମାଆଙ୍କୁ ଜନ୍ମରୁ ଛାଡିଲ,
ସେମାନଙ୍କ ସୁଖ ନ ମିଳିଲା ।
ସେଦିନ ମହାକରାଳ ଯମୁନା ପାଣିକୁ
ଦି'ଭାଗ କରିଥିଲ
ସମୟର ଚକ ଘୂରେ ଅବିଶ୍ରାନ୍ତ, ଆସି
ଗୋପରେ ବଢିଲ ।
ସ୍ନେହର ଭୋକିଲା ଥିଲ, ପାଇଲ ଗୋପ
ଦାଣ୍ଡେ ସାଙ୍ଗମେଳ,
କେତେ ଧୂଳିଖେଳ ଗୋପ ନର ନାରୀଙ୍କ
ସ୍ନେହ ଅନାବିଳ ।
ସ୍ନେହ ଗାଳି ଶୁଣିବାକୁ ହେ କାହ୍ନା କରୁଥିଲ
ଲବଣୀର ଚୋରୀ
ସତରେ ତୁମକୁ ସେହି ସବୁ ଗାଳି ଲାଗେ
ତ ଭଲ ଭାରୀ ।
ତୋ ଜନ୍ମଦିନରେ, ମୋ ଆଖିରେ ନାଚୁଛି
ସେ ଅପୂର୍ବ ରୂପ
ଆଜିର ଦିବସେ ଭାବନାରେ ଉଚ୍ଛୁଳି ଉଠୁଛି
ସୁନ୍ଦର ଶିଶୁ ରୂପ ।
ନିଜେ ହସୁଥିଲ ଗୋପପୁର ସାରା ପ୍ରେମରେ
ସମସ୍ତଙ୍କୁ ହସାଉଥିଲ
ନାଚରେ ନାଚରେ ଗାଅରେ ଗାଅରେ ଆଜି
ଗାନ କରି ହରି ବୋଲ ହରି ବୋଲ ।
