STORYMIRROR

Chittaranjan Nanda

Action Others Children

4  

Chittaranjan Nanda

Action Others Children

ଗାନ କର ହରି ବୋଲ ହରି ବୋଲ

ଗାନ କର ହରି ବୋଲ ହରି ବୋଲ

1 min
246


ମୋ କାହ୍ନାରେ, ଆଜି ପରା 

ତୋର ଜନମ ଦିନ

ବାପା ମା ତୋର ସଢୁଥିଲେ 

କାରାଗରରେ ଜାଣ ।


ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀର ରାତ୍ରିର 

ଦ୍ବିତୀୟ ପ୍ରହର 

ଥିଲା ଝଡର ଅମାରାତି, ଚତୁର୍ଦିଗରେ 

ଖାଲି ଅନ୍ଧାର ।


ନିଜ ମୃତ୍ୟୁର କାରଣ ଶୁଣି ହଂସା 

ଉଡିଲା ମାମୁଁଙ୍କର 

ସାତ ଭାଇ ଭଉଣୀର ହତ୍ୟା ପରେ 

ଜନମ ତୁମର ।


ଥିଲା ଖାଲି ଭୟର ବାତାବରଣ ଓ 

ମୃତ୍ଯୁର ଝଙ୍କାର

ଦୈବୀ ଗୁଣେ ବ୍ରହ୍ମଜ୍ଞାନେ, ଭୀତି 

କ୍ଷଣେ ଜନମ ତୋର ।


ସମୟର ଡାକେ, ମାୟାର ପ୍ରଭାବେ 

ବନ୍ଦୀ ଗୃହ ଖୋଲିଗଲା

ବାପା ମାଆଙ୍କୁ ଜନ୍ମରୁ ଛାଡିଲ, 

ସେମାନଙ୍କ ସୁଖ ନ ମିଳିଲା ।


ସେଦିନ ମହାକରାଳ ଯମୁନା ପାଣିକୁ 

ଦି'ଭାଗ କରିଥିଲ

ସମୟର ଚକ ଘୂରେ ଅବିଶ୍ରାନ୍ତ, ଆସି 

ଗୋପରେ ବଢିଲ ।


ସ୍ନେହର ଭୋକିଲା ଥିଲ, ପାଇଲ ଗୋପ 

ଦାଣ୍ଡେ ସାଙ୍ଗମେଳ, 

କେତେ ଧୂଳିଖେଳ ଗୋପ ନର ନାରୀଙ୍କ 

ସ୍ନେହ ଅନାବିଳ ।


ସ୍ନେହ ଗାଳି ଶୁଣିବାକୁ ହେ କାହ୍ନା କରୁଥିଲ 

ଲବଣୀର ଚୋରୀ

ସତରେ ତୁମକୁ ସେହି ସବୁ ଗାଳି ଲାଗେ 

ତ ଭଲ ଭାରୀ ।


ତୋ ଜନ୍ମଦିନରେ, ମୋ ଆଖିରେ ନାଚୁଛି 

ସେ ଅପୂର୍ବ ରୂପ

ଆଜିର ଦିବସେ ଭାବନାରେ ଉଚ୍ଛୁଳି ଉଠୁଛି 

ସୁନ୍ଦର ଶିଶୁ ରୂପ ।


ନିଜେ ହସୁଥିଲ ଗୋପପୁର ସାରା ପ୍ରେମରେ

ସମସ୍ତଙ୍କୁ ହସାଉଥିଲ

ନାଚରେ ନାଚରେ ଗାଅରେ ଗାଅରେ ଆଜି

ଗାନ କରି ହରି ବୋଲ ହରି ବୋଲ ।


Rate this content
Log in

Similar oriya poem from Action