ଗାଁ ହସିଲେ
ଗାଁ ହସିଲେ


ଗାଁ ହସିଲେ ହସିବ ଦେଶ
ହସିବ ଆମ ବିଶ୍ଵ
ହସିବ ଆମ ମାତୃଭୂମି
ହସିବ ପରିବେଶ ।
ଗାଁ ହସିଲେ
ହସିବ ଆମ ପରିବାର
ମାତୃ ଜାତି ମାତୃଭାଷା
ହୋଇବ ସମୃଦ୍ଧ ଆମର ।
ଗାଁ ଟି ପରା ମାଆ ଟି ଆମ
ତା ସାଥେ ଆମେ ରଖିବା ପ୍ରେମ
ଗାଁ ନାହିଁ ତ ମାଆ ନାହିଁ
ନାହିଁ ଟି ଆମ ଦେଶ ପ୍ରେମ ।
ଗାଁ ହସିଲେ ହସିବା ଆମେ
ବନ୍ଧୁ ବାନ୍ଧବ ସଖା ସହୋଦର
ଆମେ ରହିବା ପ୍ରେମେ
ଗାଁ
ଆମର ମାଆ
ସେହି ଆମରି ପରିଚୟ
ସେହି ଆମର ନାଁ ।
ଗାଁ ହସିଲେ ଆମେ ହସିବା
ଶାନ୍ତି ମୈତ୍ରୀ ରେ ଆମେ ବଞ୍ଚିବା
ତା'ର ସୁନ୍ଦର ସବୁଜ କ୍ଷେତ
ତା'ର ବିଲ ବନ ଆମର
ତାରି ପାଇଁ ଆମେ ଜୀବନ ଦେବା
ଚାଷୀ ଭାଇର ଜୀବନ ସେହି
ଚଷା ପୁଅର ଜୀବିକା ସେହି
ତା'ର ସମ୍ମାନ ପାଇଁ ଆମେ
ଜୀବନ ଦେବା
ଗାଁ ହସିଲେ ଆମେ ହସିବା
ହସିବ ଆମ ଦେଶ
ହସିବ ଆମ ପରିବାର ଓ ପରିବେଶ ।