STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଗାଁ ଘରଟି ମୋ କେଡ଼େ ସୁନ୍ଦର

ଗାଁ ଘରଟି ମୋ କେଡ଼େ ସୁନ୍ଦର

1 min
170


ଗାଁ ଘରଟି ମୋ କେଡ଼େ ସୁନ୍ଦର

ଆଗେ ତାର ଅଛି ଦାଣ୍ଡ ଦୁଆର

ମୋ ପାଇଁ ସେଇଟି ରାଜନବର।


ଯେତେବେଳେ ମୁଁ ହେଲି ଜନମ

ଛୁଇଁଲି ତା ମାଟି ଆଗେ ସେଦିନ

ଖେଳିଲି ବୁଲିଲି

 କୋଳେ ତାହାର।

ଗାଁ ଘରଟି !


ଭାଇଭଉଣୀଙ୍କ ସାଥି ରେ ମିଶି

ହାତ ଠାରି ଡାକୁ ଶରଦଶଶୀ

ଖସିପଡ ମାମୁଁ ହାତେ ଆମର ।

ଗାଁ ଘରଟି !


ବଗିଚାଟି ଆମ ବଡ଼ ସୁନ୍ଦର

ଫୁଲ ଫଳ ହୁଏ ନାନା ଜାତିର

ଦେଉ ତୋଳି ନିତି ଦୀଅ ମନ୍ଦିର।

ଗାଁ ଘରଟି !


ଅଛନ୍ତି ଏଇଠି ମୋ ବାପା ମାଆ

ଦେହଟା ହେଲେ ହୁଅନ୍ତି ସାହା

ସ୍ନେହଶରଧାରେ ଘର ମୁଖର ।

ଗାଁ ଘରଟି !


ମନେପଡ଼େ ତାର ଅଭୁଲା କଥା

ପାଶୋରି ନଯାଇ ଦେଉଛି ବ୍ୟଥା

ଏଇଠି ଜଳିବ ଚିତା ମୋହର ।

ଗାଁ ଘରଟି !


ଏହା ପରି ନାହିଁ ଜଗତେ ସ୍ଥାନ

ସରି ନୁହେଁ ସାଥେ ମଣିକାଞ୍ଚନ

ଲୋଡ଼ା ନାହିଁ ମୋର ସରଗପୁର 

ଗାଁ ଘରଟି !


ଢାଳୁଛି ତା ପାଦେ କୋଟି ପ୍ରଣତି

ଜାଳିବି ଜୀବନେ କରି ଆହୁତି

ମନପ୍ରାଣ ଦେବି ସେବାରେ ତାର

ଗାଁ ଘରଟି ! 


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational