Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ଗାଅ କବି ଗୀତ

ଗାଅ କବି ଗୀତ

1 min
307



କବିର କଲମ    ଭାବନା କଳ୍ପନା

    ନୁହେଁ ଶବ୍ଦ ମୂଲ୍ୟହୀନ

ସୃଜିପାରେ ତାହା  କାବ୍ୟ ରାମାୟଣ

     ପୁରୁଷୁ ପୁରୁଷୋତ୍ତମ ।


ରଚିପାରେ ତାହା   ଗୋପ ବୃନ୍ଦାବନ

     ଭାଗବତ ସିଦ୍ଧଧାମ

ଯୁଦ୍ଧ କୁରୁକ୍ଷେତ୍ର    ପ୍ରଳୟ ବିଧ୍ୱ°ସ

      ସାଧୁଜନ ପରିତ୍ରାଣ ।


କବିର କଲମୁ     ହୁଅଇ ଉନ୍ମେଷ

      ଅବତାର ଭଗବାନ

ସ୍ୱାଧୀନ ସ୍ୱଚ୍ଛନ୍ଦ    ମୁକ୍ତ କବି ଛନ୍ଦ

      ସନାତନ ସୁଦର୍ଶନ ।


ଅସୀମ ତା ଶକ୍ତି    କାଳର ଗତିକୁ

      କରିପାରେ ପ୍ରତିହତ

ରୋମାଞ୍ଚେ ପୁଲକ   ଫୁଟାଏ କଦମ୍ବ

    ଗୁଞ୍ଜେ ଜୀବନ ସଙ୍ଗୀତ ।


କବିର କଲମ     ସୁତୀର୍ଥ ପ୍ରସାଦ

      ବିଜୟର ମୂଳ ମନ୍ତ୍ର

ଉଦ୍ଦୀପ୍ତ ଆଲୋକ   ବିସରଣ ଉତ୍ସ

     କବିକୁଳ ସୂର୍ଯ୍ୟ ଚନ୍ଦ୍ର ।


ଗାଅ କବି ଗୀତ    ବରଷୁ ଅମୃତ

     ସ୍ୱଚ୍ଛେ ବହୁ ମନ୍ଦାକିନୀ

ସବୁଜ ସୁନ୍ଦର    ପଣତ ସମ୍ଭାଳି

    ହସୁ ମା ଧରଣୀ ରାଣୀ ।

  


Rate this content
Log in

Similar oriya poem from Action