STORYMIRROR

Dr Baman Chandra Dixit

Abstract Tragedy Inspirational

4  

Dr Baman Chandra Dixit

Abstract Tragedy Inspirational

ଏଯାଏ ଅନୁତାପ

ଏଯାଏ ଅନୁତାପ

1 min
223


ଅନୁତାପ ଭରା ଏକ ଦୀର୍ଘଶ୍ବାସ,

ଅଟକି ରହିଛି କାହିଁ କେତେ କାଳୁ।

ପ୍ରତିରୋଧ ଏଡ଼ି ବାହାରି ଯିବାକୁ ,

ଛଟ ପଟ ହୁଏ ଅବା ଛାତି ତଳୁ।।


ସମୟକୁ କହି ପାରି ନଥିଲି ମୁଁ,

ଯେତେ ଆଶା ପାଲିଥିଲି ମନ ତଳେ।

କିଛି ହଜି ଗଲେ ପଲକ ଉହାଡ଼େ,

ଲୁହ ହୋଇ ବହି ଗଲେ ଆଖି ତଳୁ।।


ରୁଦ୍ଧ କଣ୍ଠ ରୁ ମୋ ଆଳାପ ଅଳପ,

କରୁଣ ମୂଚ୍ଛନା ତୋଳି ଥିଲେ ଯେବେ।

ଜାଣି ଥିଲି ମାତ୍ର ଅଜଣା ହୋଇ ମୁଁ,

ଦେଖୁ ଥିଲି ନିରବତା ଆଢୁଆଳୁ।।


ତୁମେ ଜାଣି ଥିଲ ମାତ୍ର ନିରୁତ୍ତର,

ଥିଲ ସମୟ ର କ୍ରୁର ଚକ୍ର ତଳେ।

ରକତ ଜକେଇ ଆସୁ ଥିଲା ଯେବେ

ଶତ ପ୍ରତାରଣା ହତ କ୍ଷତ ତଳୁ।।


ଜହ୍ନ ଉଇଁଲେ କି ଯାଏ ରଜନୀ ର,

ଯଦି ଦୁଇ ଦଣ୍ଡ ପାଇଁ ଉଜିଆରା ।

ଲିଭି ଯାଏ କିଆଁ ଦ୍ୱିତୀୟ ଜହ୍ନ ଟା

ଏଇ ଦି ଘଡ଼ି ହେଲା ଜଳୁ ଜଳୁ।।


ଆଜି ଅଛି ବି ଅନେକ ଅନୁତାପ ,

କେତେ ପ୍ରଶ୍ନବାଚୀ କେତେ ଆକ୍ରୋଶ ବି।

ମାତ୍ର ଅଭିଶପ୍ତ ମୁଁ ଏକ ପୂର୍ଣ୍ଣଛେଦ ସମ

ସାରାଂଶ କୁ ଆବୋରିଛି ଆଦି କାଳୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract