ଏତିକି ପ୍ରାର୍ଥନା ଆମ
ଏତିକି ପ୍ରାର୍ଥନା ଆମ
ସମୟର ଚକ ଘୁରୁଛି ଘୁରିବ
ପାରିବେ ନାହିଁ କେ ରୋଧୀ
ସୁଅ ମୁହଁରେ ପତର ସାଜିବା
ଏଇ ଅଟଇ ଜୀବନ ବିଧି।
ତାଙ୍କ ଛାତି ଛାତ ତଳେ ଥିଲୁ ଆମେ
ନେଉଥିଲୁ ଉପଦେଶ
ସମୟ ଡାକିଲା ହାତ ଠାରି ତାଙ୍କୁ
"ମରଣ" ଡାକିଲା ଆସ।
ତାଙ୍କ ଶୂନ୍ୟ ସ୍ଥାନ କେହି ତ ଜୀବନେ
ପୂରଣ କରିବେ ନାହିଁ
ଏଇ ହୃଦୟେ ଜଳିବେ ସଦା ସେ
ଅମ୍ଳାନ ଶିଖାଟେ ହୋଇ।
ଯେଉଁଠି ବି ରୁହ ଯେ ସ୍ଥାନେ ଯାଅ
ଦିବଂଗତ ଆତ୍ମା ତୁମ
ସଦ୍ ଗତି ଲଭୁ ମୋକ୍ଷ ପ୍ରାପ୍ତ ହେଉ
ଏତିକି ପ୍ରାର୍ଥନା ଆମ।
