STORYMIRROR

Bijaya Panda

Romance

5.0  

Bijaya Panda

Romance

ଏମିତି ଏକ ପ୍ରେମିକା

ଏମିତି ଏକ ପ୍ରେମିକା

1 min
243


ପ୍ରେମ ତ ସଭିଏଁ କରନ୍ତି

ପ୍ରେମ ବିନା ଜୀବନ କି ଜୀବନ ସତେ !

ଶୁଷ୍କ ମରୁଭୂମି ରେ ନିର୍ଜୀବ ତରୁଲତା ସଦୃଶ

ପ୍ରତି ମୁହୂର୍ତ୍ତରେ ଶ୍ୱାସରୁଦ୍ଧ ହେବାର ଅନୁଭୂତି ।


ପ୍ରେମିକା କେବେ

ଫୁଲରାଣୀ ମନ ବନର

ରାଜକୁମାରୀ ଅସୁମାରୀ ସପନର

କେବେ ପ୍ରେମଗୀତିର ବଂଶୀସ୍ଵନ

ପ୍ରିୟତମର ଜୀବନ ।


ପ୍ରେମିକାର ରୂପ

କେବେ ରମ୍ଭା ମେନକା ଉର୍ବଶୀ

କେବେ ନବ ଜୀବନର ସହନାଇ

କେବେ ଫୁଲ ନଈ ଜହ୍ନ ତାରା

ସମୁଦ୍ରର ଉନ୍ମାଦ ଢେଉ

କେବେ ବିରହ ବେଦନାର ସ୍ୱର

କ୍ରନ୍ଦନ ଋତୁର ଧାର


ଯେବେ ହୁଏସେ ଜୀବନସାଥୀ

ପ୍ରୀତି ପ୍ରଣୟର ମୋହ

ମଧୁ ବରଷାଏ ରାତି

ଦେହରେ ବଢ଼ାଏ ତାତି

ଉନ୍ମାଦରେ ପ୍ରତି ଅଙ୍ଗ

ଜୀବନରେ ଭରେ ରଙ୍ଗ ।


Rate this content
Log in

Similar oriya poem from Romance