Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance Classics

3  

Baman Chandra Dixit

Romance Classics

କୁଞ୍ଜବନେ କାହ୍ନୁ

କୁଞ୍ଜବନେ କାହ୍ନୁ

1 min
321



ରଂଜ ରଂଜ ସଜ   ସଂଜ ବେଳେ ଆଜ

    କୁଞ୍ଜବନେ କାହ୍ନୁ ଆସିବ କି

ମନ୍ଦ ମନ୍ଦ ମୃଦୁ      ମଧୁର ଆଳାପେ

    ଅଧିର ହୃଦ ମୋ ରସିବ କି ।


    ବସିବ କି ଅଙ୍ଗେ ଅଙ୍ଗ ଜଡ଼ି

    କଷିବ ବି ବାହୁ ଛନ୍ଦେ ଭିଡି

ବଳେ କୋଳେ କରି    ଅବା ଛଳ କରି

     ଅଧରେ ଅଧର ରୋପିବ କି ।


     ହୃଦେ ଭରି ଶତ ଶିହରଣ

     ଅୟୁତ ବେପଥୁ ସଂଚାରଣ

ପ୍ରୀତି ନିଆଁ ଜାଳି     ଅଙ୍ଗେ ଅଙ୍ଗେ ଢାଳି

     ଧୃତି ରୀତି ଚିତ୍ତୁ ନାଶିବ କି ।


    କାମନା କା ମନା ମାନେ କେବେ

    ପ୍ରୀତି ପ୍ରଖର ବାରଣ ଯେବେ

ତେଜି ଯେତେ ଲାଜ     ସରମକୁ ଆଜ

     ନିବିବନ୍ଧୁ ବାସ ଖସିବ କି ।


     ଅତି ଶଙ୍କାକୁଳ ରାଙ୍କା ମନ 

     ଶୁଭେ ବିଭାବରୀ ପଦ ସ୍ଵନ

ଏ ଯାଏ ଶ୍ରୀହରି      ନଇଲେ କିପରି

     ବେଦନା ବିରହ ଗ୍ରାସିବ କି ।


Rate this content
Log in