Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasoda Majhi

Romance

3.9  

Jasoda Majhi

Romance

ଅବୁଝା ମନ

ଅବୁଝା ମନ

1 min
291


ଅବୁଝା ମନ ମୋ ବୁଝେ ନାହିଁ ଜମା

ନ ଦେଖିଲେ ତତେ ଥରେ,

ସଞ୍ଜ ସକାଳରେ ଝୁରି ହେଉ ଥାଏ

ଖୋଜେ ପ୍ରତି ମୁହୂର୍ତ୍ତରେ l


ହୃଦୟଟା ମୋର ବିଚଳିତ ହୁଏ

ଧକ ଧକ ହୁଏ ଛାତି,

ପ୍ରେମର ଜର ମୋ ଦେହେ ଲାଗି ଗଲେ

ଉଠଇ ପ୍ରେମର ତାତି l


ପାଗେଳୀ ମନଟା ପାଗଳାମି ଭାବ

ଭାବୁଥାଏ ତୁମ କଥା,

ଆମ ସମ୍ପର୍କରେ ଦୂରତା ଆସିଲେ

ଶରୀରେ ହୁଅଇ ବ୍ୟଥା l


ସାରା ଜୀବନ ମୁଁ ତୁମରି ସାଥିରେ

ହାତ ଧରି ଚାଲିବାକୁ,

ଜଗନ୍ନାଥ ପ୍ରଭୁ ଦେଇଛନ୍ତି ମତେ

ଉପହାରେ ଦିବ୍ୟ ରୂପକୁ l


ଯଦି ହେବ ତୁମେ ତେଜସ୍କ୍ରିୟ ଭାନୁ

ହେବି ମୁହିଁ ମକରନ୍ଦ,

ହେବି ଯଦି ମୁହିଁ କଅଁଳ କଇଁଟେ

ତୁମେଯେ ପୁନେଇଁ ଚାନ୍ଦ  l


ସକଳ ଶକ୍ତିର ଆଧାର ହୋଇ  

ରହିବ ମୋ ପାହାନ୍ତରେ,

ତିଳେ ହେଁ ବିବାଦ  ଆସିବନି କେବେ

ଆମ ପ୍ରେମ ସମ୍ପର୍କରେ l


   


Rate this content
Log in

Similar oriya poem from Romance