STORYMIRROR

Satyabati Swain

Romance

3  

Satyabati Swain

Romance

ଇତି, ତୁମ ବସନ୍ତ

ଇତି, ତୁମ ବସନ୍ତ

1 min
398

ଚଇତାଳି ପ୍ରିୟା ମୋର

କୋଇଲି ହାତରେ

ଦେଲି କିଛି ମିଠା ସୁର

ମଲ୍ଲୀ ଅତର

ଅବିର ରଙ୍ଗ ଟିକେ ଦେଲି

ଫଗୁଣ ହାତରେ

ମାଖି ନେବ ତୁମ ଗୋଲାପି ଗାଲରେ।


ଦେହ ପା ତୁମର

ଭଲ ରହୁନାହିଁ ଆଜିକାଲି

ନିମ କଢ଼ ଔଷଧ ଦେଇଛି

ଘୋଡା ନାଚ ବଇନା ଦେଇ ପଠାଇଲି

ମନ ଖୁସି ରହିବ ବୋଲି ତୁମ।


ତୁମର ଲାଇନ୍ କଟିଛି

ଛଅମାସ ହେବ

ମଳୟ ଫ୍ୟାନ ଟା ଦେଲି

ଟିକେ ସ୍ନେହ

ମୁଠେ ପ୍ରେମ ସହ।


ଇତି

ତୁମ ବସନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance