ଇଚ୍ଛା ହୁଏ ଥରେ
ଇଚ୍ଛା ହୁଏ ଥରେ
ବେଳେ ବେଳେ ମୋର ଇଚ୍ଛା ହୁଏ ଥରେ
ଅତୀତକୁ ଫେରିବାକୁ
ଏକେଲା ବେଳରେ ସେଇ ନଈ କୂଳେ
ଗଲା ଦିନ ଖୋଜିବାକୁ ।
ବାଲିଘର କରି ସେ ନଈ ବାଲିରେ
ତୁମେ ଥରେ ଖୋଜିବାକୁ
ସେ ଗଲା ସ୍ମୃତିରେ ଗଲl ସପନରେ
ଥରେ ଫୁଣି ଭିଜିବାକୁ ।
ପ୍ରଜାପତି ଅଛି ଫୁଲ ବି ଫୁଟିଛି
ମୋ ମନ ନାହିଁସେଥିରେ
ଚୁପ ଚାପ ବସି ପଚାରେ ନିଜକୁ
ଫେରିବକି ତୁମେ ଥରେ ।
କେବେ ହସ ଲାଗେ କେବେ ଦୁଃଖ ଲାଗେ
କେବେ ଯାଏ ଆଖି ଭରି
ଜାଣିଛି ମୁଁ ସାଥି ମୋ ଜୀବନ ପଥେ
ତୁମେ ଆସିବନି ଫେରି ।