Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance

3  

Satyabati Swain

Romance

ତୁମେ ଥିଲେ ସାଥେ

ତୁମେ ଥିଲେ ସାଥେ

1 min
362


ମୁଁ ଛାତଟିଏ ଖୋଜୁଥିଲି

ତୁମେ ଛାତିଟିଏ ହେଲ

ମୁଁ ପାଣିଗିଲାସେ ମାଗୁଥିଲି

ତୁମେ ଝରଣାଟେ ହେଲ ।


ମୁଁ ଆକାଶେ ଚାହୁଁଥିଲି

ତୁମେ ଛତା ଟିଏ ଦେଲ

ମୁଁ ପ୍ରଜାପତି ହେବି କହିଲି

ତୁମେ ଫୁଲ ବଗିଚା ହେଲ ।


ଗୀତ ପଦେ ହେବା ପାଇଁ

ପ୍ରବଳ ଇଛାଟିଏ ଥିଲା

ତୁମ କଂଠେ ସବୁ ଗୀତ

ମୋର ସିଡି ହୋଇଗଲା ।


କାନ୍ଦିବିନି କେବେ ବୋଲି

ଲୁହ ମୋ ଶୁଖିଲା

ସେଇ ଲୁହ ତୋଳି ନେଇ

ତୁମ ଆଖି ଗାଧୋଇଲା ।


ଖାଲି ପାଦେ ଚାଲିବିନି

ପିଚୁରେ ଫୋଟକା ହେବ

ତୁମ ପାଦ ଚପଲ କରି

କହିଲା ମୋତେ ଚଲାଇବ ।


ମୋ ସହ ବାଟ ଚାଲି

ମୋ ଦୁଃଖକୁ ଗଣ୍ଠିଲି କରି

ସାଥୀ ତୁମେ ମୋର ଆହା

ଅସୁମାରୀ କଷ୍ଟ ସହିଲ ।


ତୁମେ ଥିଲେ ସାଥେ ମୋର

କାହାକୁ ନାହିଁ ମୋ ଡର

ଚାଲୁଛି ଚାଲୁଥିବି ଏମିତି

ଥକିବନି ପାଦ ମୋର।


Rate this content
Log in

Similar oriya poem from Romance