Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Romance

3  

subrat kumar jena

Romance

ରୂପବନ୍ତି ରାଜକୁମାରୀ

ରୂପବନ୍ତି ରାଜକୁମାରୀ

1 min
415



ରୂପ ରାଇଜର         ରାଜକୁମାରୀଗୋ

       ଲାଜବତୀ ରାଜଜେମା

ତୁମ ପ୍ରତୀକ୍ଷାରେ        ଏ ରାତି ପାହିଯାଏ

       ପଡେନି ପଲକ ଜମା ।


ତନ୍ଦ୍ରାଭିଜା ରାତି       ଦେହେମୋର ତାତି

        ଅଳସୀ ଲାଗୁଛି ଜହ୍ନ

ଝରା ସେଫାଳିର       ସେ ବୃନ୍ତଚ୍ୟୁତ ଦେହ

        କ୍ଷତାକ୍ତ କରୁଛି ମନ ।


ଅଙ୍ଗରାଜି ଆଜି       ବେଦନା ପୀଡ଼ାରେ

       ତୁମେ କାହିଁ କେତେ ଦୁରେ

ସ୍ବପ୍ନର ମହଲେ          ସ୍ବପ୍ନକି ସାଜିଲ

        ଆଉକା ପ୍ରୀତି ନିଶାରେ ।


କଥାଦେଇଥିଲ        କେବେ ମଥା ଛୁଇଁ

         ସହଜେ ଗଲକି ଭୁଲି

ପଛକଥା ସବୁ         ପାସୋରିଲ ତୁମେ

         ଆଉକା ବାହୁରେ ଝୁଲି ।


ନୀଳ କଇଁ ଆଜି          ଗାଏନାହିଁ ଗୀତ

         ଭ୍ରମରର ନାହିଁ ଦେଖା

କୋଇଲିଟା ଲୁଚେ         ଦୂର ତାଳବଣେ

        ଦେଖାଇ ପାରେନି ମୂଖା ।


ରୂପ ରାଇଜର         ରାଜକୁମାରୀ ବୋଲି

          ମନେ ଭର କାହିଁ ଗର୍ବ

ଏଧରା ଭୁଇଁରେ           ଗର୍ବ ଭଲ ନୁହଁ

         ହୋଇଯିବ ଦିନେ ଖର୍ବ ।



Rate this content
Log in

Similar oriya poem from Romance