ରାତ୍ରୀ
ରାତ୍ରୀ
କିଏ କହେ ତୁମେ ବ୍ୟଥା ଦିଅ
ମଣିଷକୁ କର ପଥଭ୍ରଷ୍ଟ
କିଏ କହେ ତୁମେ କ୍ଷଣିକ
କବି କହେ ତୁମେ ଚିରନ୍ତନ ସତ୍ୟ
ହେ ରାତ୍ରୀ
ଭଲଲାଗେ ତୁମ ନିରବତା ତୁମ ଶୀତଳତା
ସୂର୍ଯ୍ୟାଲୋକକୁ ପାଇବାକୁ ଥିବା ଆବିଳତା
କାହାକୁ ଦିଅ ତୁମେ ଅମାପ ଖୁସି
କାହା ଠାରୁ ଲୁଟି ନିଅ ପ୍ରେମର ଚଇତି
ସତରେ ରାତ୍ରୀ
ବୁଝି ହୁଏନା ତୁମ ନିଃସ୍ତବ୍ଦତା
ବିଶ୍ୱାସ କରିହୁଏନା ତୁମ ବାସ୍ତବତା
ମିଠା ସ୍ପର୍ଶରେ ବି ଥାଏ କେତେ କଠୋରତା
କାହା ଲାଗି ତୁମେ ପ୍ରେମର ପ୍ରତୀକ
ସାଜିଥାଅ କେବେ ପୁଣି ସପନ ବଣିକ
ହେଲେ ରାତ୍ରୀ
ତୁମେ ହିଁ ମୋର ଅନ୍ତରଙ୍ଗ
ଭରିଅଛ ଏ ଜୀବନେ ସୁରର ତରଙ୍ଗ
ତୁମ ଲାଗି ଭୁଲିଯାଏ ସବୁ ଦୁଃଖ
ନିଦ୍ରା ଗଲେ ତୁମ କୋଳେ ମିଳେ ସ୍ବର୍ଗ ସୁଖ
କେତେ ବେଳେ ପ୍ରିୟାର ପଣତ
କେତେ ବେଳେ ମାଆର ମମତା
ଜାଣେନା ରାତ୍ରୀ
ତୁମ ସହିତ ମୋର ସମ୍ପର୍କ କଣ
ତଥାପି
ମୁଁ ତୁମ୍ଭକୁ ଭଲପାଏ
ଗୋଟେ ପାଗଳ ପ୍ରେମିକ ପରି
ମୋ ସ୍ୱପ୍ନକୁ ହଜାଇ ଦିଏ
ଆଉ ନିଜେ ହଜିଯାଏ
ତୁମକୁ ଏକାନ୍ତ ନିଜର କରି।