STORYMIRROR

shmitaa mohanty

Romance

3  

shmitaa mohanty

Romance

ରାତ୍ରୀ

ରାତ୍ରୀ

1 min
286

କିଏ କହେ ତୁମେ ବ୍ୟଥା ଦିଅ

ମଣିଷକୁ କର ପଥଭ୍ରଷ୍ଟ

କିଏ କହେ ତୁମେ କ୍ଷଣିକ 

କବି କହେ ତୁମେ ଚିରନ୍ତନ ସତ୍ୟ

ହେ ରାତ୍ରୀ 

ଭଲଲାଗେ ତୁମ ନିରବତା ତୁମ ଶୀତଳତା

ସୂର୍ଯ୍ୟାଲୋକକୁ ପାଇବାକୁ ଥିବା ଆବିଳତା

କାହାକୁ ଦିଅ ତୁମେ ଅମାପ ଖୁସି

କାହା ଠାରୁ ଲୁଟି ନିଅ ପ୍ରେମର ଚଇତି

ସତରେ ରାତ୍ରୀ 

ବୁଝି ହୁଏନା ତୁମ ନିଃସ୍ତବ୍ଦତା

ବିଶ୍ୱାସ କରିହୁଏନା ତୁମ ବାସ୍ତବତା

ମିଠା ସ୍ପର୍ଶରେ ବି ଥାଏ କେତେ କଠୋରତା

କାହା ଲାଗି ତୁମେ ପ୍ରେମର ପ୍ରତୀକ

ସାଜିଥାଅ କେବେ ପୁଣି ସପନ ବଣିକ

ହେଲେ ରାତ୍ରୀ 

ତୁମେ ହିଁ ମୋର ଅନ୍ତରଙ୍ଗ

ଭରିଅଛ ଏ ଜୀବନେ ସୁରର ତରଙ୍ଗ

ତୁମ ଲାଗି ଭୁଲିଯାଏ ସବୁ ଦୁଃଖ

ନିଦ୍ରା ଗଲେ ତୁମ କୋଳେ ମିଳେ ସ୍ବର୍ଗ ସୁଖ

କେତେ ବେଳେ ପ୍ରିୟାର ପଣତ 

କେତେ ବେଳେ ମାଆର ମମତା

ଜାଣେନା ରାତ୍ରୀ 

ତୁମ ସହିତ ମୋର ସମ୍ପର୍କ କଣ

ତଥାପି 

ମୁଁ ତୁମ୍ଭକୁ ଭଲପାଏ

ଗୋଟେ ପାଗଳ ପ୍ରେମିକ ପରି

ମୋ ସ୍ୱପ୍ନକୁ ହଜାଇ ଦିଏ 

ଆଉ ନିଜେ ହଜିଯାଏ

ତୁମକୁ ଏକାନ୍ତ ନିଜର କରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance