Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Romance Inspirational

3  

arun sahoo

Romance Inspirational

ପହିଲି ମୌସୁମୀ

ପହିଲି ମୌସୁମୀ

1 min
287


ମାଟିର ଗନ୍ଧରେ ତୁମ ଆଗମନୀ

ବାରତା କେ ଆଣି ଦିଏ

କଞ୍ଚା ବୟସର କଦମ୍ବ ଡାହିରେ

ଫୁଲଟିଏ ଫୁଟିଯାଏ ..


ମନର ଝରକା ଦେଇ ପଶିଆସେ

ତୁମର ମାଦକ ଛୁଆଁ 

ଆଷାଢ ଏନ୍ତୁଡ଼ି ଶାଳେ ଶୁଭିଯାଏ

ପହିଲି ମୌସୁମୀ କୁଆଁ


ଲାଜେ ଲାଜେ ଜହ୍ନ ଲୁଚାଏ ତା ମୁହଁ 

ତୁମ ପାଦ ଶବଦରେ

ପବନରେ ତୁମ ଶୀତଳ ସଙ୍ଗୀତ 

ମହକ ବୁଣେ ଫୁଲରେ


ପାହାଡ ଚୂଡାରେ କୃଷ୍ଣଚୂଡ଼ା ପୁଣି

ଅଭିସାର ଆସି ରଚେ

ମେଘୁଆ ସଞ୍ଜଟା ନିରୋଳାରେ ଆସି

ଚୁମାଟିଏ ମତେ ଯାଚେ...


ଅଜଣା ପୁଲକେ ଦେହ ମୋର କମ୍ପେ

ସାରା ରାତି ଚେଇଁ ଚେଇଁ 

ପାହାଡ ଛାତିରେ ନିଆଁ ଲାଗିଯାଏ

ସଞ୍ଜ ଯେବେ ଆସେ ନଇଁ...


ବର୍ଷାତ ଆସିଲେ ଖୋଲିଦିଏ ମୋର

ସ୍ମୃତିର ନିବୁଜ ଘର 

ମନେ ପଡିଯାଏ ସ୍ମୃତିଭିଜା ରାତି 

ଭିଜା ସେ ଅଲିଭା ଗାର...



Rate this content
Log in

Similar oriya poem from Romance