STORYMIRROR

Upendra prasad Mahala

Abstract Classics Inspirational

3  

Upendra prasad Mahala

Abstract Classics Inspirational

ଏମିତି ଦିନ ଆସିବ

ଏମିତି ଦିନ ଆସିବ

2 mins
291


ହୁଏତ ଏମିତି ଦିନଟିଏ ଆସିବ !!
ଆମ ହାତମୁଠାରେ ଥିବ ଦୁନିଆ,
କେହି ଜଣେ ଅନ୍ତରଂଗ ପ୍ରେମିକା
ରୂପରେ ପାଖରେ ବସି ଗପୁଥିବ
ମନର ଭାବ ବାଣ୍ଟୁଥିବ, ଯାହା ବି
ପ୍ରଶ୍ନ ପଚାରିଲେ ଉତ୍ତର ଦେଉଥିବ
ସହାୟିକା ହୋଇ ସ୍ମାର୍ଟ ଡାଇସରେ
ନୂଆ ନୂଆ ଲୁଡୁ ଗେମ୍ ଖେଳୁଥିବ
ଚା', ସଫ୍ଟ ଡ୍ରିଙ୍କ ପରସି ଦେଉଥିବ
ଜୀବନ ଲାଗି ସାଉଣ୍ଟି ଆଣୁଥିବ
ସ୍ବପ୍ନ, ଜିଇବାର ଅନେକ ସାଧନ ।

ହେଇପାରେ ସେ ସୁନ୍ଦରୀ ବାର୍ବିଡଲ
ପରି ମନର ପ୍ରେୟସୀ, ସ୍ମାର୍ଟଫୋନ
ପରି ନିତିଦିନିଆ ଜୀବନର ସାଥୀ !
ମଣିଷର କଳ୍ପନା ସମ୍ଭୂତ, ବିଜ୍ଞାନର
ବରଦାନ, "ରୋବଟିକ ଯନ୍ତ୍ରକନ୍ୟା"।
ସେ ମଣିଷ ଇଛାର ଖେଳନା କଣ୍ଢେଇ
ଉତ୍ତମ ବୁଦ୍ଧିମତ୍ତାର ତୁଳନା ନ ଥିବ।
ରୂପଗୁଣରେ କାଉଁରୀ କନ୍ୟା ସମାନ
ବିଦ୍ୟା, ଚତୁରତାରେ ମନ ମୋହୁଥିବ ।
କମ୍ପ୍ୟୁଟର ସ୍କ୍ରିନ ଉପରେ ଆଙ୍କୁଥିବ
ନିତି ଆଧୁନିକ ଜୀବନଶୈଳୀର ଚିତ୍ର
କହୁଥିବା ନୂଆ ଦୁନିଆର ପରିଭାଷା !
ଅବିଶ୍ବାସ ଲାଗୁଥିଲେ ବି ବିଜ୍ଞାନକୁହୁକ
ଏହାକୁ ଦିନେ ସମ୍ଭବ କରି ଦେଖାଇବ !

ଆମେ ଭାବି ନ ଥିଲେ ମଣିଷ ଜୀବନ
ଲାଗି ମିଳିଯିବ ଆଭାସୀ ସହାୟିକା,
ମେଶିନ ଦ୍ବାରା ପ୍ରଦର୍ଶିତ ହେବ କୃତ୍ରିମ
ବୁଦ୍ଧିମତା,  ଯାହା ଆଧୁନିକ ଯୁଗରେ
ମଣିଷ ଜୀବନର ଅଂଶ ପାଲଟିଯିବ।
ଏବେ ଆପେଲ, ଆଣ୍ଡ୍ରଏଡ ସ୍ମାର୍ଟଫୋନ,
ଆଇଫୋନ ଓ ଆଇପ୍ୟାଡର ଯୁଗରେ
ଆମେ ଦେଖିଲେଣି କେତେଯେ ବିସ୍ମୟ
ସିରି ଓ ଆଲେସ୍କା ଭଳି ଯନ୍ତ୍ରର ଯାଦୁ !!
ଦେଖିଲେଣି ପ୍ରଶ୍ନର ଉତ୍ତର ଦେଉଥିବା
ଯାଦୁକାରୀ ଇକୋ ଯନ୍ତ୍ର, ସ୍ବୟଂଚାଳିତ
ଟେଲସା କାର, ଡ୍ରୋନ ଓ ରକେଟ୍ ଯାନ,
ଠିକଣା ଖୋଜି ଦେଉଛି ଗୁଗୁଲ ମ୍ୟାପ,
ଡିଜିଟାଲ ସେବାର ଘଟି ଚାଲିଛି ପ୍ରସାର।

ଦିନ ଆସିବ ମଣିଷ ଭଳି କାମ କରୁଥିବା
ଯନ୍ତ୍ର ସବୁଠୁ ବିଶ୍ବସ୍ତ ସହାୟକ ପାଲଟିବ
ଇଚ୍ଛାମାତ୍ରେ ଅସାଧ୍ୟକୁ ସାଧନ କରୁଥିବ,
ରୋବର୍ଟର ଦବଦବା, କାର୍ଯ୍ୟ କୁଶଳତା
ଜୀବନରେ ସୁଖ, ସ୍ବାଚ୍ଛନ୍ଦ୍ୟ ଆଣିଦେବ।
ମାନବ ବ୍ୟବହାରକୁ ନକଲ କରି କାମ
କରୁଥିବ କଥାକୁହା ଯାନ୍ତ୍ରିକ କଣ୍ଢେଇ ।

ଆଗାମୀ ଦିନରେ ମେଶିନ ଶିକ୍ଷା ହେବ
ଆମରି ଭବିଷ୍ୟତ, ଦକ୍ଷତାର ମାପକାଠି
ସାଧାରଣ ଜୀବନକୁ ଛାଇଯିଵ ପ୍ରଯୁକ୍ତି,
ପ୍ରତ୍ୟେକ ମଣିଷ ହେବେ ଦକ୍ଷ ୟୁଜର।
ଇଣ୍ଟରନେଟ,  ଡିଜିଟାଲ ଓ ସାଇଵର
ସେବା ସାରା ବିଶ୍ବକୁ ଯୋଡ଼ି  ବିକାଶର
ମନ୍ତ୍ର ବୁଣୁଥିବ, ମିଳୁଥିବ କର୍ମ ସଂସ୍ଥାନ,
ସଂପ୍ରସାରିତ ହେଉଥିବ ବିଶ୍ବ ବାଣିଜ୍ୟ ।
ବିଜ୍ଞାନଦର୍ଶନ ସାଜିବ ଜୀବନ ଆଦର୍ଶ ।
'କମ୍ପୁଟର ବିଜ୍ଞାନ' ବିଚାର, ସଞ୍ଚାର,ଜ୍ଞାନ
ଓ ଯୋଜନା ସାଂଗକୁ ବୁଦ୍ଧି ପରସୁଥିବ,
ମସ୍ତିଷ୍କ ସିଦ୍ଧାନ୍ତକୁ ଯନ୍ତ୍ର ବଳି ଯାଉଥିବ !
ହୁଏତ ଏମିତି ଦିନ ଆସିବ ଲୋକପ୍ରିୟ
ବିଜ୍ଞାନ ବିକଶିତ ହୋଇ ମାନବ ସଭ୍ୟତା
ଲାଗି ଆଣିଦେବ ନୂଆ ଆଶା,ସମ୍ଭାବନା।
ବଦଳି ଯିବ ପୁରୁଣା ବିଶ୍ବାସ, ଚିନ୍ତାଧାରା !

ମେଶିନ ପ୍ରଦର୍ଶିତ ବୁଦ୍ଧିକୁ ନେଇ ପ୍ରକାଶ
ପାଉଛି ନାନା ବିରୋଧାଭାସ, ପ୍ରତିକ୍ରିୟା ।
ଯନ୍ତ୍ର ଦାନଵର ଦାସ ସାଜିଲେ ମଣିଷର
ସୃଜନଶୀଳତା, ଜ୍ଞାନ, ବୁଦ୍ଧି ଓ ବିବେକ
କ୍ରମେ ଲଘୁତର ହୋଇଯିବାର ଆଶଙ୍କା ।
ତେଣେ ବିଜ୍ଞାନ ଜୀବନଧାରକୁ ନୂଆରୂପ
ଦେବା ଲାଗି ଜାରି ରଖିଛି  ଜୟଯାତ୍ରା, 
ଚାଲିଛି ଗବେଷଣା ଓ ପରୀକ୍ଷାନିରୀକ୍ଷା
ଦେଖିବାକୁ ବାକି, ମଣିଷ ହାତକୁ କେବେ
ଆସୁଛି "ସୁପର ଇଣ୍ଟିଲିଜେନ୍ସି ପାୱାର "
ବ୍ୟକ୍ତିଗତ ସହାୟିକା ଯନ୍ତ୍ରକନ୍ୟା !!
******



Rate this content
Log in

Similar oriya poem from Abstract