ଏଲିଏନ୍
ଏଲିଏନ୍
ସେ ଇଷ୍ଟର ଦ୍ବିପ
ମଣିଷ ମୂହଁ ଆକୃତିର
ପଥର ହେଉ
ଅବା ଇଜିପ୍ଟ ପିରାମିଡ
ପାଞ୍ଚଶହ ଫିଟ୍
ଉଚ୍ଚତାର ରହସ୍ୟ ହେଉ,
କିମ୍ବା
ସାଲିସବରି ଷ୍ଟୋନହେଞ୍ଜ
ପଥର ପିଲର ଚ଼ମତକାରିତା
ସେ ଯାହା ହୋଉ ଏ ସବୁ
ବିଶ୍ବର ଆଶ୍ଚର୍ଯ୍ୟ
ଅନନ୍ୟ ଉଦାହରଣ।
ମଣିଷ ମନକୁ ବାରମ୍ବାର
ଆନ୍ଦୋଳିତ କରି ଆସିଛି, ସତରେ କଣ?
ସତରେ କଣ?
ମଣିଷ ଗଢିଛି ବିଶ୍ବକର୍ମା ହୋଇ?
ନା ଅନ୍ୟ ଗ୍ରହର
ଏଲିଏନ୍ ର କାରୁକାର୍ଯ୍ୟ??
