STORYMIRROR

Papu parida

Tragedy Others

3  

Papu parida

Tragedy Others

ଏକୁଟିଆ ମୁଁ

ଏକୁଟିଆ ମୁଁ

1 min
291

ପ୍ରେମ ପକ୍ଷୀ ବସା ବାନ୍ଧେ ପ୍ରଣୟ ବସାରେ

ଅଶାର ବାଲିଘର ଗଢି ଉଠେ ନିରାଶା ବାଲିରେ

ବିଶ୍ୱାସର ଗାଡି ଗଡେ ଅବିଶ୍ୱାସୀ ରାସ୍ତାରେ

ପୁଣ୍ୟ ଏଠି ମହଙ୍ଗା ଆଉ ପାପ ମିଳେ ଶସ୍ତାରେ।


ଜୀବନ ଦୋଛକିରେ ସ୍ୱାଭିମାନି ମଣିଷ

ଯେଉଁଠୁ ଆରମ୍ଭ ଆଜି ସେଇଠାରେ ଶେଷ

ବାସ ରହିଗଲା ମୋର ଏକ ଅବଶୋଷ

ସ୍ୱାଭିମାନ ସମ୍ଭାଳିକି ଆଜି ଭାଙ୍ଗିଲା ବିଶ୍ୱାସ।


ପଥର ପରିକା ଜୀବନ ମୋହର

ଯେତେ ଆଘାତ ତୁମେ ଦେଇପାର

ଯେବେ ଲଗେଇବ ହାତ ମୋତେ ମୂର୍ତ୍ତିକାର

ଭାଙ୍ଗିବିନି ମୁଁ ଭାଙ୍ଗିବ ତୁମ ଅହଂକାର।


ଜୀବନ ଯୁଦ୍ଧରେ ଯୋଦ୍ଧା ଜଣେ ମୁହିଁ

ପୁଣି ଶତ୍ରୁ ନିଜେ ମୁଁ ମୋହର

ସମୟର ମୂଲ୍ୟ ବୁଝି ନପାରିଲେ

ଏଠି ଦୋଷ ଅବା ଆଉ କାହାର।


ସ୍ବେଚ୍ଛାସେବୀ ଯେବେ ସାଜେ ସ୍ୱାର୍ଥପର

ନିହାତି ଘଟିଛି କିଛି ଜୀବନେ ତାହାର।

ଛଳ ସମୟକୁ ଟିକେ ଅପେକ୍ଷା କର

ମିଳିଯିବ ତୁମ ସବୁ ପ୍ରଶ୍ନର ଉତ୍ତର। 


ଅଭିନୟ କରି ବଞ୍ଚିବା ଶିଖିନି

  ମୁଁ ଅଟେ ବାସ୍ତବବାଦୀ 

ସେଥିପାଇଁ କେହି ଭଲ ପାଆନ୍ତିନି 

   ଚାରିଦିଗେ ପ୍ରତିବାଦୀ  l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy