STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଏକତାର ଧ୍ୱନୀ

ଏକତାର ଧ୍ୱନୀ

1 min
11.7K

ଏକା ଏକା ଥକିଗଲେ

ଚାଲୁ ଚାଲୁ ଜୀବନର ପଥ

ମନ ଖୋଜେ ଆଉ ଏକ ହାତ

ଚାଲିବାକୁ ମିଶାଇ ସାଥିରେ।


ମନ ତଳ କୋହ ଯେତେ

ବାଣ୍ଟି ହୋଇ ଲାଗଇ ଆଶ୍ୱସ୍ତି

ବହୁଗୁଣିତ ହୁଏ ସୁଖ ଓ ଆନନ୍ଦ

ବହୁଚିତ୍ତ ସ୍ଥିତ ହୁଏ ଯେବେ ସମତାରେ।


ବହୁ ହୃଦ ଶକ୍ତି ଯେବେ

ମିଶି ହୁଏ ଐକ୍ୟ ଭାବେ ସ୍ଥିତ

ଅନାୟାସେ କଟିଯାଏ ଜୀଵନ

ଉତ୍ସବର ସ୍ୱର ଶୁଭେ ବିଷାଦ ଗଳିରେ।


ଅନେକରେ ଯେବେ ଶୁଭେ ଏକ ସ୍ୱରେ

ଏକତାର ସମାହିତ ଧ୍ୱନୀ

ସମବେତ ମନ ବୁଦ୍ଧି ଆତ୍ମା

ଧାଇଁଯାନ୍ତି ମହାନନ୍ଦେ ଅସୀମ ଦିଶାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract