STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଏକାକୀ ଜୀବନେ

ଏକାକୀ ଜୀବନେ

1 min
208

ଏଇ ହାତେ ଗଢିଛି

ଏଇ ହାତେ ଭାଙ୍ଗିଛି

କେତେ କେତେ ନବ ନିର୍ମିତ

ପ୍ରାସାଦ ମୁଁ

ଏକାକୀ ମୋ ଜୀବନେ ।


କେତେ କେତେ ସପନକୁ

ସତ୍ୟ ରେ ପରିଣତ କରିବାକୁ

ଚେଷ୍ଟା କରିଛି ଏକାକୀ

ମୁଁ ମୋ ଜୀବନେ

କେତେ ସାଙ୍ଗ ସାଥୀ ଆସିଛନ୍ତି

ମୋ ଜୀବନର ଚଲାପଥେ

ସବୁ କଣ୍ଟା ଝଣ୍ଟାକୁ ଅତିକ୍ରମ କରି

ଆଗକୁ ଆଗକୁ ମାଡି ଚାଲିଛି

ଏକାକୀ ମୁଁ ମୋ ଜୀବନେ ।


କେତେ ଘାତ ପ୍ରତିଘାତ ଦେଇ

ହସି ହସି ସହିଛି ମୁଁ ମୋ

ଦୁଃଖ ସୁଖ

କେତେ କେତେ ବିରହ ର ମୁହୂର୍ତ୍ତରେ

ଦେଖିଛି ମୁଁ ପ୍ରେମ ଓ ପ୍ରଣୟର ଦୁଃଖ

ଲିଭି ନାହିଁ ଆନନ୍ଦ ଓ ନିରାନନ୍ଦ ପ୍ରମୁଖ

କେତେ ଆଶା ନିରାଶାର ଯନ୍ତ୍ରଣା ମଧ୍ୟେ

କାଟିଛି ମୁଁ ମୋ ହୃଦୟେ ଓ ମନେ

ମୁଁ କି ବୁଝିଛି ଏ ଜୀବନର ମାନେ

ହସ ଆଉ ଲୁହ ଆସିଛି ଏକାକୀ

କେତେ ମୋ ଜୀବନେ ।


କେତେ ଝଡ କେତେ ଝଞ୍ଜା ମଧ୍ୟେ

କଟିଛି ଏ ଜୀବନ

କେବେ ଶସ୍ୟ ଶ୍ୟାମଳା ଭରା

କେବେ ପୁଣି ସାଜିଛି ଏ ଜୀବନ ମରୁଦ୍ୟାନ

କେତେ ଅନୁତାପ କେତେ ପରିତାପରେ

କାଟିଛି ଏଇ ମୋ ଜୀବନ

ହଳହଳା ବିଷ ସଦୃଶ କାଟିଛି

ମୁଁ ମୋ ଜୀବନ ର ସୋପାନ

କେତେ ହର୍ଷ କେତେ ବିଷାଦଗ୍ରସ୍ଥ

ଅଟେ ଏ ଜୀବନ ରଖିଛି ମୁଁ ମନେ

ସଂଘର୍ଷ ପରେ ସଂଘର୍ଷ ଲଢିଛି କେତେ

ଏକାକୀ ମୁଁ ମୋ ଜୀବନେ ?


ପରକୁ ଆପଣା କରିବାର ଦୁଃସାହସ

ମନେ ମୋ ଆଣିଦିଏ ହର୍ଷ ଓ ଉଲ୍ଲାସ

କାହିଁକି କେଜାଣି କେତେ ଉନ୍ମାଦନା

ଭରିଦିଏ ହୃଦେ ଓ ମନେ

ବୁଝି ମୁଁ ପାରେନା କେତେ କେତେ ଧୋକା

ଖାଇଲା ପରେ ବି ପରକୁ ଆପଣା

କରିବାର ମୋହ ଭାଙ୍ଗି ମୁଁ ପାରେନା

କେଜାଣି କାହିଁକି ମୋ ପରାଣେ

ଲଢି ମୁଁ ଚାଲିଛି ଅପର ପାଇଁ

ବିନା ଦ୍ବିଧାରେ ମୋ ହୃଦୟେ ଓ ମନେ

କି ଆନନ୍ଦ ମିଳେ ପର ପାଇଁ

ଲଢ଼ିବାକୁ ଏକାକୀ ମୋ ଜୀବନେ

ପରକୁ ଆପଣା କରିବାରେ

କି ଆନନ୍ଦ ଥାଏ ସେ କଥା ।


ମୁଁ ନ ଜାଣେ

ଲଢୁଛି ଲଢିବି ପିଣ୍ଡେ ଥିବା ଯାଏଁ ପ୍ରାଣ

ମୁଁ ଭାବେ ଏହି ତ ମୋ ଜୀବନ

କି ମୋହ କେଜାଣି ମୁଁ ନ ଜାଣେ

ସଭିଙ୍କୁ ନିଜର କରିବାକୁ

ଚାହେଁ ମୋ ଜୀବନେ

ଏହି କ'ଣ ତେବେ ବଞ୍ଚିବା ର ମାନେ

ଲଢୁଛି ଲଢିବି ଅପର ପାଇଁ

ଏକାକୀ ମୋ ଜୀବନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract