ଏକ
ଏକ
ମଣିଷର ମନ, ପଥରର ମନ
ହୋଇ ତ ପାରିଛି ବଶ
କେବଳ ସମ୍ଭବ ତାଙ୍କ ପାଇଁ ଏକା
ସବୁ ତ ତାଙ୍କରି ଅଂଶ।
ବୃକ୍ଷରେ ଜୀବନ, ମାଟିରେ ଜୀବନ
ଲୀଳା ଖେଳା ଯେ ତାଙ୍କର
ଜୀବନ୍ତ ରସ ସେ ସବୁ ଜୀବନର
କହନ୍ତି ଲୋକେ ଈଶ୍ୱର।
ନରକର କୀଟ ହୃଦୟରେ ସିଏ
ଦେବଦୂତ ହୃଦନିଧି
ସବୁରି ହୃଦୟେ ହୁଅନ୍ତି ସ୍ପନ୍ଦିତ
ସେ ଯେ କରୁଣା ବାରିଧି।
ଦୃଷ୍ଟି ପଥେ ଯେତେ ଜୀବଜନ୍ତୁ ଆସେ
ପାଉ କି ନିନ୍ଦା ବା ଯଶ
ସକଳ ଘଟରେ ଶାଶ୍ଵତ ରୂପରେ
ରହିଥାନ୍ତି ଜଗଦୀଶ ।
ଭାଗ ଭାଗ ହୋଇ ପ୍ରତିଟି ଅଣୁରେ
ପୂରି ରହିଛନ୍ତି ସେହି
ଏକ, ଅଦ୍ୱିତୀୟ ପ୍ରତିବିମ୍ବିତ ସେ
ଅଦୃଶ୍ୟ ପ୍ରାୟେକ ରହି ।
