ଏଇତ ସଂସାର
ଏଇତ ସଂସାର
ଏଇତ ସଂସାର, ଅଛି, ନାହିଁ ସୁଖ ଶାନ୍ତି,
ସବୁ ଥାଇ ପରିବାରେ ଲାଗେରେ ଅଶାନ୍ତି,
କିଛି ନଥାଇ ମଧ୍ୟ, ପରିବାର ତ ଥାଏ ଶାନ୍ତ,
କି ଲାଭ ମିଳିବ ଭବିଷ୍ୟତ ଚିନ୍ତା କରିବା କୁହନ୍ତୁତ ।
ଯିଏ ନିରାଶ୍ରୟ, ତା ଆଖିରୁ ଅଶ୍ରୁର ଶ୍ରାବଣ ବହେ,
ଶ୍ରମଜିବୀ ତ ଅବିଶ୍ରାନ୍ତ ଶ୍ରମ କରି ଭୋକରେ ରୁହେ,
ଯିଏ ପତିତା, ପୂତିଗନ୍ଧ ତାହାର ଜୀବିକା ତ ରହେ,
ଏଇ ସଂସାରରେ, ବଞ୍ଚିବାକୁ ପରା ଦୁର୍ବିସହ ହୁଏ ।
ଦେହ ନୁହେଁ ଚିରସ୍ଥାୟୀ, ସୁସ୍ଥ ରହେନା ଯଦି,
ଭିନ୍ନକ୍ଷମ ବୋଲି ସମାଜ ଦିଏ ବହୁ ଦୋଷ ଲଦି,
ଚିନ୍ତାଧାରା ଯାର ଆବିଳ, ସେ ଲୋକ ତ ହୀନ,
କି ହେବ ତୂଳସୀ ଜଳ କଲେ ପାନ, ଅବା ହେଲେ ଧ୍ୟାନମଗ୍ନ ।
ଗଜକକୁ ଉଦ୍ଧାରିଲେ, ମୃଗୁଣୀକୁ ରଖିଲେ,
ଦ୍ରୌପଦୀକୁ ବସ୍ତ୍ର ଦେଇ ଲଜ୍ଜ୍ୟା ନିବାରଣ କଲେ,
ସୁଦାମା ବନ୍ଧୁ ବୋଲି, ତାର ଦାରିଦ୍ର୍ୟ ଦୂର ତ କରିଲେ,
କି ଲାଭ, ଯଦି ଆମ ଦୁଃସ୍ଥଂକ ପାଇଁ ତ ପାଷାଣ ମୂର୍ତ୍ତି ହେଲେ ।
ସଂସାରକୁ ଦୁଃଖ ଦରିଆରେ ବୁଡାଇଲେ,
ଭିକାରୀ ବଡ ଦାଣ୍ଡରେ ଦୁଃସ୍ଥ ହୋଇ ବୁଲୁଥିଲେ,
ଷାଠିଏ ପଉଟି ଖାଇ ବଡ଼ ଦେଉଳରେ ଶୋଇଗଲେ,
କି ହେବ, ଚକ୍ରଧାରୀ ଦୁଃଖହାରୀ ନାମ ବୋଲାଇଲେ ।