ଏଇତ ଜୀବନ
ଏଇତ ଜୀବନ
ପାଣି ଫୋଟକାର ଜୀବନକୁ ନେଇ
କେତେ କରୁଅଛୁ ଗର୍ବ
ଜାଣିପାରିବୁନି ଅକାଳେ ମରିବୁ
ସବୁ ତୋର ହବ ଖର୍ବ ।
ମିଛ ମରୀଚିକା ପଛରେ ଧାଇଁକି
ହେଲୁ କେଡେ ସ୍ୱାର୍ଥପର
ନିଜ ପର ଭାବି ଜଗତଜନଙ୍କୁ
ନରକରେ କଲୁ ଘର ।
ଯେମିତି ଆସିଛୁ ସେମିତି ଯିବୁରେ
କେହି ତୋ ଯିବେନି ସାଥେ
ମରିଗଲେ ତୁହିଁ ଜଳିପୋଡ଼ିଦେଇ
ପାଉଁଶ କରିବେ ତୋତେ ।
ଦୁଇଦିନ ତୋର ମଣିଷ ଜୀବନ
ହସି ହସେଇ ବଞ୍ଚିବୁ
ମରିଗଲା ପରେ ହସି ହସି ତୁହିଁ
ସରଗେ ଘର କରିବୁ ।
