STORYMIRROR

Tushar Kanta Prasad

Inspirational Thriller

3  

Tushar Kanta Prasad

Inspirational Thriller

ଲକ୍ଷ୍ୟପଥ

ଲକ୍ଷ୍ୟପଥ

1 min
213

ଅନୁତାପ ପାଇଁ ଦସ୍ୟୁ ରତ୍ନାକର,

ବାଲ୍ମିକୀ ହୋଇଲେ ଦିନେ।

ହୃଦୟ ସନ୍ତାପ ବୁଝେ ନାହିଁ ପାପ,

ଗୁଣି ହେଉଥିଲେ ମନେ।।


ମନ ଜାଣେ ପାପ, ମାଆ ଜାଣେ ବାପ

ଜାଣନ୍ତି ସାରା ସଂସାର।

ଅନୁତାପ ନିଆଁ ଜାଳେନି ଦୁନିଆ,

ନାଶେ ପୀଡା ହୃଦୟର।।


ମଣିଷ ମାତ୍ରକେ ଦୋଷ ଥାଇପାରେ,

କରିଥାଏ ଭୂଲ କିଛି।

ସଂଶୋଧନ ନାମେ ମଣିଷ ଜୀବନେ,

ଶବ୍ଦ ସମ୍ବିଧାନେ ଅଛି।।


ଅନୁତାପ ପାଇଁ ଚଣ୍ଡାଶୋକ ଦିନେ,

ଧର୍ମାଶୋକ ସାଜି ଥିଲେ।

କରିଥିବା ପାପ ହୃଦୟ ସନ୍ତାପ,

ଶାନ୍ତି ମୂଲ୍ୟ ବୁଝିଥିଲେ।।


ଅନୁତାପ ବହ୍ନି ହୃଦୟରେ ଘେନି,

ଚାଲେ ଯେ ଜୀବନ ପଥ।

ନିଶ୍ଚିତ ଜୀବନ ଗତି ବଦଳଇ,

ମିଳିପାରେ ଲକ୍ଷ୍ୟପଥ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational