Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarup Nayak

Thriller Others

3  

Swarup Nayak

Thriller Others

ଭୟ

ଭୟ

1 min
118


ଭୟ

ପଣିକିଆ ମନେ ନ ପଡିବାର

ଘର ପାଠ ନ କରିଥିବାର

ଖେଳୁ ଖେଳୁ ସଂଧ୍ଯା ହେବାର

ମା’ କୁ କହିଥିବା ମିଛ

ବାପାଂକ ପାଖେ ଧରାପଡିଯିବାର ।


ଭୟ

ତା ସହ କଥା ହେଲାବେଳେ

ସାଂଗ ମାନେ ଦେଖିଦବାର,

ତା ନାଁ ରେ ଚିଡେଇବାର,

ସେ ‘ଆଇ ଲଭ ୟୁ’ ର ଉତ୍ତର

ନା ରେ ଦବାର

ନହେଲେ ସାର୍ଂକୁ ଜଣେଇଦବାର ।


ଭୟ

ବି଼ଟେକ୍ ରେ ବ୍ଯାକ୍ ଲାଗିଯିବାର

ଦୋକାନରେ କଣ୍ଡୋମ୍ ମାଗିବାର

ତା ଦେହକୁ ପ୍ରଥମ ଥର ଛୁଇଁବାର

କ୍ଯାମ୍ପସ୍ ରେ ଚାକିରି ନ ମିଳିବାର

ସ୍ୱାଧୀନତାରେ ପୂର୍ଣ୍ଣଚ୍ଛେଦ ପଡିବାର ।


ଭୟ

ଦଶହରାରେ ଛୁଟି ମାଗିବାର

‘ବାହାଘର କେବେ ହବ’ ପ୍ରଶ୍ନର

ପ୍ରମୋଶନ ନ ମିଳିବାର

ପାନରୁ ଚୁନ, ପାଟିରୁ କଥା ଖସିଗଲେ

ଭିଡିଓ ଭାଇରାଲ ହେଇଯିବାର ।


ଭୟ

ଶାନ୍ତିରେ ଜିଇଁବାର,

ଶାନ୍ତିରେ ମରିବାର ।


Rate this content
Log in