Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Swarup Nayak

Others

3  

Swarup Nayak

Others

ଖବର

ଖବର

1 min
251


ଖବର 

ସରକାର ଭାଂଗିଯିବାର

ଝୁଲା ବିଧାନସଭାର

ଘୋଡା ବେପାର ଆରମ୍ଭ ହବାର

ରାମ ରହିମ ଏକ ହବାର

ରାଜନୀତି ବିଶ୍ରାମ ନବାର ।


ଖବର 

ବେଶ୍ଯାର ଇଜ୍ଜତ ଯିବାର

କୁକୁଡା ପେଟତଳୁ ଅଂଡା ଚୋରିହବାର

ନୂଆ ଅତରର ବାସ୍ନା ଚାଲିଯିବାର

ରାଜଧାନୀ ରାତିରେ ଶୋଇପଡିବାର

ଚାରି ପେଗ୍ ପରେ ବି ନିଶା ନ ହବାର ।


ଖବର

ମେଘରୁ ବର୍ଷା ନ ଝରିବାର

ଚାଂଦରୁ ଠେକୁଆ ହଜିଯିବାର

ମାଷ୍ଟରାଣୀ କ୍ଲାସ୍ ରେ ଘୁମେଇବାର

ଦିଲ୍ଲୀ ଗ୍ଯାସ୍ ଚାମ୍ବର ପାଲଟିବାର

ଚଉଠିରାତିରେ ବେଡସିଟ୍ ଲାଲ ନ ହବାର ।


ଖବର

ବ୍ଯାଂକ୍ ପାସବୁକ୍ ପ୍ରିଂଟ୍ ନହେଇ ପାରିବାର

ମାଷ୍ଟର୍ ର ବାଡି ଲୁଚି କାନ୍ଦୁଥିବାର

ମହାନ୍ତି ଘର ଝିଅ ବଡ ହୋଇଯିବାର

ଖୋଲା ପାର୍କରେ ପ୍ରେମର ମୃତ୍ଯୁର

ମା ଛାତିରୁ କ୍ଷୀର ଶୁଖିଯିବାର ।


ଖବର

ପାକିସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ୍ ର

ପୁଅ ମାଡରେ ବାପା ସାଂଘାତିକ ହବାର

କଳାହାଂଡିରେ ଚାଷୀ ଆତ୍ମହତ୍ଯାର

ପ୍ରେମିକା ଧୋକାବାଜ୍ ସାଜିବାର

ମଦ ପାଇଁ ପୁରସ୍କାର ଦିଆଯିବାର ।


ଖବର

ସାହିତ୍ଯ ଏକାଦମୀ ପାଇଁ ଲୋଭର

କ୍ଷମତା ସହ କଲମର ସାଲିସର

ଗଣମାଧ୍ୟମ ପୋଷାକୁକୁର ପାଲଟିଯିବାର

ଲେଖା ଅଧାରେ ରହିଯିବାର

ସ୍ୱରୂପ ନାୟକ ମରିଯିବାର ।


Rate this content
Log in